www.samajalive.in
Sunday, December 14, 2025
23.1 C
Bhubaneswar

ଚିନ୍ତା ବଢାଇଲାଣି ଚର୍ମବିଣ୍ଡି ରୋଗ, ନମୁନା ସଂଗ୍ରହ କଲା ପ୍ରାଣୀଚିକିତ୍ସକ ଟିମ୍

ହରଭଙ୍ଗା : ସମ୍ପ୍ରତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ଲମ୍ପିସ୍କିନ (ଚର୍ମବିଣ୍ଡି ରୋଗ)ର ପାର୍ଦୁଭାବ ବୃଦ୍ଧିପାଉଛି। ଏ ନେଇ ଗତ ୨୪ତାରିଖ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ ସଂକ୍ରମିତ ଗାଁକୁ ଯାଇ ଗାଈ ଗୋରୁଙ୍କ ଚିକିତ୍ସା କରାଯିବା ସହିତ ରୋଗର ଲେଉଟାଣୀ କାରଣ ଜାଣିବା ପାଇଁ ନମୁନା ସଂଗ୍ରହ ଚାଲିଥିବା ଜଣାପଡିଛି। ପ୍ରକାଶ ଯେ ଗତବର୍ଷ ଡିସେମ୍ବର ମାସରେ ମାସରେ ହରଭଙ୍ଗା ବ୍ଲକ ଅଂଚଳରେ ଚର୍ମବିଣ୍ଡି ରୋଗ ଦେଖାଦେଇଥିଲା। ରୋଗର ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଏହାର ନିରାକରଣ ପାଇଁ ଜାନୁୟାରୀ ମାସରେ ଗୋଟ ଫକ୍ସ ଟିକାକରଣ କରା ଯାଇଥିଲା। ଏହି ପ୍ରତିଷେଧକ ଟିକାକରଣର ପାର୍ଦୁଭାବ ଏକବର୍ଷ ମିଆଦି ରହିଥିବାବେଳେ ସାତମାସ ପରେ ରୋଗର ଲେଉଟାଣୀକୁ ନେଇ ପ୍ରାଣୀ ଚିକିତ୍ସାବିଭାଗ ଅଡୁଆରେ ପଡିଛି। ରୋଗର କାରଣ ଜାଣିବା ପାଇଁ ବୌଦ୍ଧ ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡାକ୍ତର ରାମାରାଓ ପାଳ,ଏଡିଭିଓ ଡାକ୍ତର ପ୍ରଭାସ ବେହେରା, ଡାକ୍ତର ପ୍ରିୟବ୍ରତ ବେହେରା, ଡାକ୍ତର ପ୍ରତିଭା ପାଢୀ, ଡାକ୍ତର ବିଭୁତି ପାଣ୍ଡା ପ୍ରମୁଖ ସଂକ୍ରମିତ ଅଂଚଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି। ରୋଗର ଅନୁସନ୍ଧାନ ପାଇଁ ସଂକ୍ରମିତ ଗାଈ, ଗୋରୁଙ୍କ ନାକରୁ ଶିଙ୍ଗାଣୀ, ଆଖିରୁ ଲେଞେରା, ରକ୍ତ ସହିତ ଘା’ ଚମଡାର ନମୁନା ମଧ୍ୟ ସଂଗ୍ରହ କରାଯାଇଛି। ସଂକ୍ରମିତ ଗାଈଗୋରୁଙ୍କୁ ଅଲଗା ରଖିବା ପାଇଁ ପ୍ରାଣୀଚିକିତ୍ସା ବିଭାଗ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।ଅନ୍ୟପଟେ ସଂକ୍ରମଣ ବଢୁଥିବାରୁ ସଂକ୍ରମିତ ଗାଈଗୋରୁଙ୍କୁ ପ୍ରତିଷେଧକ ଟିକାକରଣ କରାଗଲେ ଦୁଗ୍ଧଉତ୍ପାଦନ ପ୍ରଭାବିତ ହେବା ଯଥେଷ୍ଟ ଆଶଙ୍କା ରହିଛି। ରୋଗର ପାର୍ଦୁଭାବ ଉପରେ ପ୍ରାରମ୍ଭରୁ ଲଗାମ ନ ଲଗାଇଲେ ଆଗକୁ ପୂବ ବର୍ଷ ଭଳି ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଛି । ରୋଗର ପାର୍ଦୁଭାବ ହ୍ରାସ ଦିଗରେ ଆଗକୁ ପ୍ରାଣୀଚିକିତ୍ସା ବିଭାଗ କିଭଳି ପଦକ୍ଷେପ ନେଉଛି ତାହା କେବଳ ଦେଖିବାର ବାକି ରହିଛି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories