www.samajalive.in
Thursday, December 11, 2025
26.1 C
Bhubaneswar

ଶ୍ରାବଣର ଶେଷ ସୋମବାର ; ଦେବଗିରିରେ ଓ ସମସ୍ତ ଶୈବ ପୀଠରେ ବୋଲବମ ଭକ୍ତଙ୍କ ଭିଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ପ୍ରସିଦ୍ଧ ଦେବଗିରି ପାହାଡରେ ସ୍ବଟିକ ପଞ୍ଚମୁଖୀ ରେ ଜଳାଭିଷେକ କରିବା ପାଇଁ ପବିତ୍ର ଯୋଡ଼ା ଶ୍ରାବଣମାସର ଶେଷ ସୋମବାରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି । ଦୂର ଦୁରନ୍ତାରୁ ଭକ୍ତ ମାନେ ରବିବାର ଦିନଠାରୁ ଆସି କଲ୍ୟାଣସିଂହପୁର ଦେବଗିରି ଧାମ ବା କ୍ରାନ୍ତିକାରୀ ଆଶ୍ରମରେ ବିଶ୍ରାମ କରି ଭୋରରୁ ଉଠି ନିକଟସ୍ଥ ନାଳ ବା ନାଗାବଳୀ ,କଲ୍ୟାଣି ଓ ନାଳର ସଂଗମ ସ୍ଥଳରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ପାଣି ଭାର ନେଇ ଶିବଙ୍କ ମସ୍ତକରେ ଜଳାଭିଷେକ କରିଥିଲେ ।

ଏହି ସୋମବାରରେ ମଧ୍ୟ କଳାହାଣ୍ଡି, ବରଗଡ଼, ଜଗତସିଂହପୁର, କଟକ, ବ୍ରହ୍ମପୁର, ଗଜପତି,ସୋନପୁର କୋରାପୁଟ,ସମ୍ବଲପୁର ,କେନ୍ଦୁଝର ,ରାୟଗଡା ଜିଲ୍ଲାର ଭକ୍ତ ମାନେ ଆସି ଶିବଙ୍କ ମସ୍ତକରେ ଜଳଲାଗି କରିଥିବା ଦେଖିବାକୁ ମିଳିଛି । ଯୋଡ଼ା ଶ୍ରାବଣ ହୋଇଥିଲେ ମଧ୍ୟ ପ୍ରତ୍ୟେକ ସୋମବାର ଦିନ ସମସ୍ତ ଶିଵ ମନ୍ଦିର ବ୍ୟତୀତ ଦେବଗିରି ଧାମରେ ଶହ ଶହ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର କାଉଡ଼ିଆ ମାନେ ବ୍ଲକରେ ଥିବା ଶିଵ ମନ୍ଦିରକୁ ଯାଇ ଜଳାଭିଷେକ କରିଥିଲେ ।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories