www.samajalive.in
Sunday, December 7, 2025
26.1 C
Bhubaneswar

ଅନ୍ଧାରରେ ଦାନିକାପେଲ ଗାଁ ଘଟଣା ;’ସମାଜ’ରେ ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଉପାନ୍ତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବେଡାଗାଁ ଗ୍ରାମପଞ୍ଚାୟତ ଅଧିନସ୍ତ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଦାନୀକାପେଲ ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିବାର ମାତ୍ର ୨ ବର୍ଷ ପରେ ସୁଲିମରୁ ଦାନିକାପେଲ ମଧ୍ୟରେ ଏକ ଗଛ ପଡ଼ି ସମ୍ପୂର୍ଣ ଭାବେ ବିଦ୍ୟୁତ ବିଛିନ୍ନ ହୋଇଥିଲା । ବିଦ୍ୟୁତ ଖୁଣ୍ଟ ଉଠାଯାଇ ନଥିଲା ,ତାରକୁ ସଂଯୋଗ ମଧ୍ୟ କରାଯାଇନଥିଲା। ତାର ଛିଣ୍ଡି ହାରାହାରି ଛଅ ବର୍ଷ ବିତି ଯାଇଥିଲେ ସୁଦ୍ଧା  ୬ ବର୍ଷ ଧରି ଅନ୍ଧାରରେ ଜୀବନ ବିତାଉ ଥିଲେ ଦାନୀକାପେଲ ଗ୍ରାମବାସୀ।
ସୂଚନା ଅନୁସାରେ ଗାଁକୁ ସମ୍ପୂର୍ଣ ଭାବରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିଲା ହେଲେ ବିଦ୍ୟୁତ ଉପଭୋକ୍ତାଙ୍କ ନାମରେ ହଜାର ହଜାର ଟଙ୍କା ବିଲ୍ ଆସୁଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଅଗଷ୍ଟ ମାସ ୧୪ତାରିଖ ସୋମବାର ଦିନ ପ୍ରଥମେ ଦୈନିକ ଖବର କାଗଜ ‘ସମାଜ’ରେ ଖବର ପ୍ରକାଶ ପାଇଲା । ଖବର ପ୍ରକାଶ ପାଇଲା ପରେ ତତ୍ପରତା ଦେଖାଇଛି ବିଦ୍ୟୁତ ବିଭାଗ । ବିଦ୍ୟୁତ ବିଛିନ୍ନ ହୋଇ ୬ ବର୍ଷ ବିତିଯାଇଥିଲା ଓ ବାରମ୍ବାର ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ଦାନୀକାପେଲ ଗାଁ ଲୋକଙ୍କ ସମସ୍ୟାକୁ ଶୁଣୁ ନଥିଲେ, ହେଲେ ଖବର କାଗଜରେ ଖବର ପ୍ରକାଶ ପରେ ୬ ବର୍ଷ ବିଛିନ୍ନ ବିଦ୍ୟୁତକୁ ମାତ୍ର ୧୩ ଦିନ ଭିତରେ ସଂଯୋଗ କରିଥିବା ଜଣାପଡିଛି । ଏବେ ବିଜୁଳି ଆଲୁଅ ପାଇ ଦାନୀକାପେଲ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହିତ ଲକ୍ଷ୍ମଣ ମାଝୀ, କ୍ରିଷ୍ଣା ମାଝୀ, ରିଗେ ମାଝୀ, ଟିଙ୍ଗୁ ମାଝୀ, ସମେତ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories