www.samajalive.in
Tuesday, December 9, 2025
15.1 C
Bhubaneswar

ଜନ୍ମବାରରୁ ଜାଣନ୍ତୁ ନାରୀଙ୍କ ସ୍ବଭାବ

କଥାରେ ଅଛି ନାରୀ ମାୟା ନାରାୟଣଙ୍କୁ ଅଗୋଚର। ଅର୍ଥାତ୍ ନାରୀଙ୍କ ଚରିତ୍ର ଓ ସ୍ବଭାବ ବିଷୟରେ ସ୍ବୟଂ ନାରାୟଣ ମଧ୍ୟ ଜାଣିପାରି ନଥିଲେ। ଜଣେ ନାରୀଙ୍କ ସ୍ବଭାବ ବିଷୟରେ କିଛି ଜାଣିବାକୁ ଦରକାର ପଡ଼ିଲେ ଲୋକେ ଜ୍ୟୋତିଷ ଶାସ୍ତ୍ରର ସାହାଯ୍ୟ ନେଇ ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି। ତେବେ ଖୁବ୍ କମ୍ ଲୋକେ ଏ ବିଷୟରେ ଜାଣିଥିବେ ଯେ ଜନ୍ମ ବାରରୁ ମଧ୍ୟ ଜଣେ ନାରୀଙ୍କ ସ୍ୱଭାବ ବିଷୟରେ ଜାଣି ହେବ। ଚାଲନ୍ତୁ ଜାଣିବା କିପରି ଜନ୍ମ ବାରରୁ ଜାଣିବା ନାରୀଙ୍କ ସ୍ବଭାବ –

ସୋମବାର- ଏହି ବାରରେ ଜନ୍ମ ହୋଇଥିବା ଝିଅମାନଙ୍କ ରୂପ ଖୁବ୍ ସୁନ୍ଦର। ଏହି ନାରୀ ମାନଙ୍କର ମନ ନିର୍ମଳ। ସେମାନେ ତାଙ୍କ ମଧୁର କଥାରେ ଅନ୍ୟମାନଙ୍କ ମନ କିଣିଥା’ନ୍ତି। ଏମାନଙ୍କ ଜୀବନ ସୁଖମୟ ଓ ଶାନ୍ତି ପୂର୍ଣ୍ଣ ହୋଇଥାଏ।

ମଙ୍ଗଳବାର- ମଙ୍ଗଳବାର ଜନ୍ମ ହୋଇଥିବା ନାରୀମାନେ ସ୍ୱଭାବରେ ସାଧାରଣତଃ କଠୋର ହୋଇଥା’ନ୍ତି। ଏମାନେ କାହା ଉପରେ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ। ଭୁଲ୍ କରିଥିବା ଲୋକଙ୍କୁ ଏମାନେ ଦଣ୍ଡ ଦେବାର ବିଶ୍ୱାସ କରନ୍ତି। ମିଛ କହୁଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ। ଏମାନେ ଦେଖିବାକୁ ପତଳା ହେଲେ ମଧ୍ୟ ଶକ୍ତିଶାଳୀ ହୋଇଥା’ନ୍ତି। ଏହି ନାରୀମାନେ ସର୍ବଦା ଠିକ୍ କଥା କହିଥା’ନ୍ତି ।

ବୁଧବାର– ଏହି ବାରରେ ଜନ୍ମ ହୋଇଥିବା ନାରୀମାନେ ଶିକ୍ଷା କ୍ଷେତ୍ରରେ ଖୁବ୍ ପାରଙ୍ଗମ ହୋଇଥା’ନ୍ତି। କାରଣ ଏମାନଙ୍କ ଉପରେ ସର୍ବଦା ମା’ ସରସ୍ୱତୀଙ୍କ ଆଶୀର୍ବାଦ ରହିଥାଏ। ଏମାନେ ଦେଖିବା ପାଇଁ ସୁନ୍ଦରୀ ହେବା ସହ ଏମାନଙ୍କର ହୃଦୟ ଅତି କୋମଳ ହୋଇଥାଏ। କେବଳ ଶିକ୍ଷା ନୁହେଁ ଏମାନେ ଅନେକ କଳାର ଅଧିକାରିଣୀ ହୋଇଥା’ନ୍ତି। ସବୁକ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିଥା’ନ୍ତି ।

ଗୁରୁବାର- ଏହି ବାରରେ ଜନ୍ମ ହୋଇଥିବା ନାରୀମାନଙ୍କୁ ସର୍ବଗୁଣ ସମ୍ପର୍ଣ୍ଣା ବୋଲି କୁହାଯାଏ। ଏହି ନାରୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ସହ ସବୁ କାର୍ୟ୍ୟରେ ମଧ୍ୟ ବେଶ୍ ପାରଙ୍ଗମ। ଏହି ବାରରେ ଜନ୍ମିତ ନାରୀଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଥାଏ। ତେଣୁ ଏମାନେ ଧନ ସମ୍ପତ୍ତିର ଅଧିକାରୀ ହୋଇଥାଆନ୍ତି।

ଶୁକ୍ରବାର– ଶୁକ୍ରବାର ଜନ୍ମ ହୋଇଥିବା ନାରୀମାନେ ଖୁବ୍ ଚଞ୍ଚଳ ସ୍ୱଭାବର ହୋଇଥା’ନ୍ତି । ଏମାନେ ବିଳାଶ ବ୍ୟସନମୟ ଜୀବନଯାପନ କରିବା ପାଇଁ ଭଲ ପାଆନ୍ତି। ଏମାନଙ୍କ ଭାବନା ଓ ଚିନ୍ତାଧାରା ଖୁବ୍ ସୁନ୍ଦର।

ଶନିବାର- ଶନିବାର ଜନ୍ମ ହୋଇଥିବା ନାରୀମାନଙ୍କ ଉପରେ ଭଗବାନ ଶନିଙ୍କ କୃପା ଥାଏ । ଏମାନେ ସ୍ୱଭାବରେ ରାଗି ହୋଇଥିଲେ ମଧ୍ୟ ନିଜସ୍ୱ ପରିଚୟ ତିଆରି କରିପାରନ୍ତି। ଏମାନେ ଦେଖିବାକୁ ଡେଙ୍ଗା ଓ ପତଳା ହେଇଥା’ନ୍ତି। ଏହି ବ୍ୟକ୍ତି ମାନେ ସ୍ୱାଭିମାନୀ ଓ ଆତ୍ମନିର୍ଭରଶୀଳ ହୋଇଥା’ନ୍ତି। ନିଜ କାମକୁ ନିଜେ ପସନ୍ଦ କରିବାକୁ ଭଲପାଆନ୍ତି। କାହା ଉପରେ ନିର୍ଭରଶୀଳ ହୋଇ ରହିବାକୁ ଭଲ ପାଆନ୍ତି ନାହିଁ।

ରବିବାର- ରବିବାର ଦିନ ଜନ୍ମ ହୋଇଥିବା ନାରୀ ଭଗବାନଙ୍କ ଉପରେ ଯଥେଷ୍ଟ ବିଶ୍ୱାସ ରଖିଥା’ନ୍ତି। ଏହି ନାରୀମାନେ ଦାନ ପୁଣ୍ୟ କରିଥା’ନ୍ତି। ଏମାନେ ଶକ୍ତିଶାଳୀ ହେବା ସହ ଶାନ୍ତିପୂର୍ଣ୍ଣ ମନୋଭାବର ହୋଇଥା’ନ୍ତି। ଏହି ନାରୀମାନେ ଖୁବ୍ ଚତୁର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories