www.samajalive.in
Saturday, December 6, 2025
19.1 C
Bhubaneswar

ମଧ୍ୟପ୍ରଦେଶ ଓ ମିଜୋରାମରେ ନିର୍ବାଚନ ପ୍ରଚାର ସରଗରମ

ଭୋପାଳ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୫ଟି ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି।
ମଙ୍ଗଳବାର ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ତଥା ଚୁଡାନ୍ତ ପର୍ଯ୍ୟାୟ ମତଦାନ ହେଉଛି। ୧୯ଟି ଜିଲ୍ଲାର ୭୨ଟି ନିର୍ବାଚନ ମଣ୍ଡଳୀରେ ଆଜି ମତଦାନ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୮ଟି ମାଓବାଦୀ ଅଧ୍ୟୁଷିତ ଆସନରେ ଚଳିତ ମାସ ୧୨ତାରିଖରେ ଭୋଟ ଗ୍ରହଣ ହୋଇଥିଲା।

ତେବେ ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି। ରାଜନୈତିକ ଦଳଗୁଡ଼ିକର ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବାପାଇଁ ନାନା ପ୍ରକାରର ଉଦ୍ୟମ ଚଳାଇଛନ୍ତି। ୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ଓ ୪୦ ସଦସ୍ୟ ବିଶିଷ୍ଟ ମିଜୋରାମ୍‍ ବିଧାନସଭା ନିର୍ବାଚନରେ ଚଳିତ ମାସ ୨୮ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଝାବୁଆ ଓ ରେୱାଠାରେ ସାଧାରଣ ସଭାରେ ଉଦ୍‍ବୋଧନ ଦେଇଛନ୍ତି। ବିଜେପି ସଭାପତି ଅମିତ ଶାହା ଓ କଂଗ୍ରେସ ସଭାପତି ରାହୁଳ ଗାନ୍ଧି ଆଜି ମିଜୋରାମରେ ବିଭିନ୍ନ ସ୍ଥାନରେ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି।
ଅନ୍ୟପକ୍ଷରେ ରାଜସ୍ଥାନ ଓ ତେଲଙ୍ଗାନାରେ ଆଜି ନାମାଙ୍କନ ପତ୍ରଗୁଡିକ ଯାଞ୍ଚ କରାଯାଉଛି। ଗୁରୁବାର ସୁଦ୍ଧା ମନୋନୟନପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଉଭୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଆସନ୍ତା ମାସ ୭ ତାରିଖରେ ଭୋଟ୍‍ ଗ୍ରହଣ କରାଯିବ। ରାଜସ୍ଥାନ ବିଧାନସଭାର ୨୦୦ ଆସନ ଏବଂ ତେଲଙ୍ଗାନାରେ ୧୧୯ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ।
ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନର ଭୋଟ ଗଣତି ଆସନ୍ତା ମାସ ୧୧ ତାରିଖରେ କରାଯିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories