www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପି ପକ୍ଷରୁ ଡାଳଭାଗ ଓ ଭୋଗରା ପଞ୍ଚାୟତରେ ଦୁର୍ନୀତି ବିରୋଧରେ ବିକ୍ଷୋଭ

ଗୁରୁଡିଝାଟିଆ : ପଞ୍ଚାୟତ ଏବେ ଦୁର୍ନୀତିରେ ବୁଡି ରହିଛି । ବିଜେଡିର ହାତ ବାରିସି ସାଜିଛି ବ୍ଲକ ପ୍ରଶାସନ। ସରକାରଙ୍କ ଯୋଜନାକୁ ମାଡି ମକଚି ଦଳିଦେବା ସହିତ ସାଧାରଣ ଲୋକଙ୍କୁ ଯୋଜନାରୁ ବଞ୍ଚିତ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ହିତାଧିକାରୀଙ୍କୁ ପ୍ରଦାନ କରିବା ବଦଳରେ ଦଳୀୟ କର୍ମୀଙ୍କୁ ପ୍ରଦାନ କରୁଛନ୍ତି । ପଲ୍ଲୀସଭାକୁ ଗୁରୁତ୍ୱ ନଦେଇ ମନଇଚ୍ଛା କାମ କରୁଛନ୍ତି । ଫଳରେ ପଞ୍ଚାୟତର ଜନସାଧାରଣ ପ୍ରକୃତ ଉପକାର ପାଇପାରୁନାହାନ୍ତି ବୋଲି ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟ କହିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି , ଜିଲ୍ଲା ବିଜେପିର ଉପ ସଭାପତି ବିଚିତ୍ରାନନ୍ଦ ଜେନା, ସଂପାଦିକା ହେମ ମଞ୍ଜରୀ ଭଞ୍ଜଦେଓ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପଞ୍ଚାୟତ ପାଲଟିଛି ରାଜ୍ୟ ସରକାରଙ୍କ ଦୁର୍ନୀତିର କେନ୍ଦ୍ରସ୍ଥଳ। ଭ୍ରଷ୍ଟାଚାର ଓ ଦୁର୍ନୀତିରେ ବୁଡି ରହିଛି ବୋଲି କହିଥିଲେ। ବିଜେପି ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଡାଳଭାଗ ଓ ଭୋଗରା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ କାର୍ଯ୍ୟକ୍ରମରେ ୧ନଂ ଜୋନର ସଭାପତି ତପନ ଲେଙ୍କା, ୩ନଂ ଜୋନର ସଭାପତି ନିର୍ମଳ କୁମାର, ଏସସି ମୋର୍ଚ୍ଚାର ସଭାପତି ବାବୁଲ ପୂର୍ତ୍ତି, ପ୍ରଭାରୀ ରମାକାନ୍ତ ସେନାପତି, ମିଥୁନ ମଲ୍ଲିକ, ମିଡିଆ ସେଲର ପରେଶ ରଞ୍ଜନ ସାହୁ, ଡାଳଭାଗ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ସୁକାନ୍ତ ଜେନା ପ୍ରମୁଖଙ୍କ ସହ ବହୁ ଆଗଧାଡିର ଦଳୀୟକର୍ମୀ ଉପସ୍ଥିତ ରହି ଆନ୍ଦୋଳନରେ ସାମିଲ ହେବା ସହିତ ପଞ୍ଚାୟତର ଦୁର୍ନିତୀର ମୁଖା ଖୋଲିବାକୁ ପଛାଇ ନଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories