ରେଙ୍ଗାଲି: ସରକାର ବିଦ୍ୟାଳୟ ଗୁଡିକ ର ଭିତ୍ତିଭୂମି ର ବିକାଶ ସକାଶେ ସର୍ବଶିକ୍ଷା ଅଭିଯାନ ଓ ରୂପାନ୍ତରିକରଣ ଯୋଜନା ମାଧ୍ୟମରେ ଅଗ୍ରାଧିକାର ଭିତ୍ତିରେ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି। କେତେକ ସ୍ଥାନରେ ନିମ୍ନମାନର କାମ ଯୋଗୁଁ ସ୍କୁଲ କୋଠାର ଛାତରୁ ସିମେଣ୍ଟ ଅତଡା ଖସି ପଡୁଛି। ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ କିନାଲୋଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଚଟେନପଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କୋଠରୀ ଏଭଲି ବିପଦ ଜନକ ଅବସ୍ଥାରେ ଥିବାର ଦେଖିବାକୁ ମିଳୁଛି। ବିଦ୍ୟାଳୟର ଶ୍ରେଣୀ କୋଠରୀର ଛାତର ବିଭିନ୍ନ ସ୍ଥାନରୁ ସିମେଣ୍ଟ ଅତଡା ଖସି ତଳେ ପଡୁଥିବାବେଳେ ଛାତରେ ଲାଗିଥିବା ଲୁହାଛଡ ଦେଖାଯାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି।
Popular Categories



