www.samajalive.in
Wednesday, December 10, 2025
14.1 C
Bhubaneswar

ଜାତୀୟ ପର୍ବତାରୋହଣ ଶିବିରରେ ଯୋଗଦେଲେ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଏନ୍‍ସିସି ଛାତ୍ର

କେନ୍ଦୁଝରଗଡ: ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ପଦ୍ମପୁରର ଛାତ୍ର ମାନସ କୁମାର ମହାକୁଡ ଓ ହେମନ୍ତ କୁମାର ମହାନ୍ତ ଓଡିଶା ଏନ୍‍ସିସି ନିର୍ଦ୍ଦେଶାଳୟ ପକ୍ଷରୁ ମନୋନୀତ ହୋଇ ଜାମ୍ମୁ-କାଶ୍ମିର ଠାରେ ଅଗଷ୍ଟ ୧୦ରୁ ୧୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ଅଗ୍ରଣୀ ପର୍ବତାରୋହଣ ଶିବିରରେ ଯୋଗଦାନ କରିଥିଲେ। ଉକ୍ତ ଶିବିରରେ ପର୍ବତାରୋହଣ, ଆରୋହଣ ଓ ପ୍ରତିକୂଳ ପରିସ୍ଥିତିରେ କିଭଳି ନଦୀ ପାର ହୋଇ ଶତୃପକ୍ଷର ସଠିକ୍‍ ମୁକାବିଲା କରାଯାଏ ସେ ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ। ଏହି ଦୁଇ ସମରାର୍ଥୀ ଅଗଷ୍ଟ ୪ରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଗତିକୃଷ୍ଣ ବାରିକଙ୍କ ଠାରୁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ଜାମ୍ମୁ-କାଶ୍ମୀର ଯାତ୍ରାକରି ତାଲିମ ସମାପ୍ତି ପରେ ଅଗଷ୍ଟ ୨୪ ତାରିଖରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ସର୍ବଭାରତୀୟ ତାଲିମ ଶିବିରରେ ୫ଟି ନିର୍ଦ୍ଦେଶାଳୟର ଶିକ୍ଷାର୍ଥୀମାନେ ଅଂଶଗ୍ରହଣ କରିଥିଲେ। ତାଲିମ ଶିବିର ଉଦ୍‍ଯାପନ ପୂର୍ବରୁ ଶିବିରାର୍ଥୀମାନଙ୍କ ପରୀକ୍ଷା କରାଯାଇଛି ଓ ଏହାର ପ୍ରମାଣପତ୍ର ଶିବିରାର୍ଥୀଙ୍କ ନିକଟକୁ ପଠାଇ ଦିଆଯିବ। ଏହି ଦୁଇ ସମରାର୍ଥୀଙ୍କ ଏଭଳି ସଫଳତା ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ମହାବିଦ୍ୟାଳୟ ପରିଚାଳନା ସମିତି କର୍ମକର୍ତ୍ତାଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ହରିହର ଦାସ ପୁଷ୍ପଗୁଛ ଦେଇ ଏହି ଦୁଇ ଶିବିରାର୍ଥୀଙ୍କୁ ସମ୍ବର୍ଦ୍ଧିିତ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories