www.samajalive.in
Saturday, December 13, 2025
21.1 C
Bhubaneswar

‘ମୋ ସ୍କୁଲ’ ନାଁରେ ନକଲି ୱେବ୍‌ସାଇଟ, ୩ ଗିରଫ

ଭୁବନେଶ୍ବର: ମୋ ସ୍କୁଲ ନାଁରେ ଜାଲ୍‌ ୱେବସାଇଟ କରି ଲୋକଙ୍କୁ ଠକୁଥିବା ଏକ ରାକେଟର ଭୁବନେଶ୍ୱର ସାଇବର ଥାନା ପୁଲିସ ପର୍ଦାଫାସ କରିଛି। ରାକେଟର ମୁଖ୍ୟ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରି ଶନିବାର ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ପୁଲିସ ୨ ଲକ୍ଷ ଟଙ୍କା, ୧୩ଟି ମୋବାଇଲ ଫୋନ, ଲାପଟପ, ନକଲି ଷ୍ଟାମ୍ପ, ଆଧାର କାର୍ଡ, ବ୍ୟାଙ୍କ ଜମାଖାତା ଓ ଡେବିଟ କାର୍ଡ ଆଦି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ରହୁଥିବା ଯାଜପୁର ଟାଉନ ଥାନା ବଡ଼ସୁଆର ଗ୍ରାମର ଅମର ସାମଲ (୫୦), ଗଞ୍ଜାମ ଜିଲା ଗୋପାଳପୁର ଥାନା ବୀମା ନଗର ଛକରେ ରହୁଥିବା ପାଟପୁର ଥାନା ଅଞ୍ଚଳର ରାଇଗୁଲୁ ପାତ୍ର (୪୩) ଓ ଖଣ୍ଡଗିରି ଥାନା ଫ୍ରେଣ୍ଡସ୍‌ କଲୋନୀରେ ରହୁଥିବା କଳାହାଣ୍ଡି ଜିଲା ଭାଣପୁର ଅଞ୍ଚଳର ମଦନ ନାଗ (୩୨)।

ନକଲି ୱେବ୍‌ ସାଇଟ, ନକଲି ଷ୍ଟାମ୍ପ, ନକଲି ନିଯୁକ୍ତି ପତ୍ରରେ ଠକ ଦଳ ଦେଉଥିଲେ ସରକାରୀ ଚାକିରି। ଗୋଟିଏ ଚାକିରିର ଦାମ ଥିଲା ଦେଢ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା। ୬୦ ପିଲାଙ୍କ ଠାରୁ ଏହି ଠକ ଦଳ ୪୦ ଲକ୍ଷ ଟଙ୍କା ଠକିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ଜୋନ-୫ ଏସିପି ଗୌତମ କିଷନଙ୍କ କହିବାନୁସାରେ, ଗତ ୧୨ ତାରିଖରେ ନକଲି ୱେବ୍‌ସାଇଟ କଥା ଜଣାପଡିଥିଲା। ଏନେଇ ମୋ ସ୍କୁଲ ପକ୍ଷରୁ ସାଇବର ଥାନାରେ ଅଭିଯୋଗ କରାଯାଇଥିଲା। ଗଣଶିକ୍ଷା ବିଭାଗ ସଚିବ ଘଟଣା ସମ୍ପର୍କରେ ପୁଲିସ ଆୟୁକ୍ତଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ଅଭିଯୋଗ ପାଇବା ପରେ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ନକଲି ୱେବ୍‌ସାଇଟରେ ମୋ ସ୍କୁଲ କାର୍ଯ୍ୟାଳୟରେ ନିଯୁକ୍ତି ପାଇଁ ଡାଟାଏଣ୍ଟ୍ରି ଅପରେଟର,ପିଅନ, ଅଫିସ ଆସିଷ୍ଟାଣ୍ଟ ଇତ୍ୟାଦି ପଦ ପାଇଁ ସାଇବର ଠକମାନେ ନକଲି ବିଜ୍ଞାପନ ଦେଇଥିଲେ। ଏହି ଠକ ଦଳ ‘ମୋ ସ୍କୁଲ .ଅନଲାଇନ.ଇନ’ ନାମରେ ଏକ ୱେବସାଇଟ ଖୋଲିଥିଲେ। ସିଟି, ବିଇଡି ଛାତ୍ରଛାତ୍ରୀଙ୍କୁ ନିଜ ଠକେଇ ଜାଲରେ ଫସାଉଥିଲେ। ଠକ ଦଳର କାର୍ପଟଦାର ଥିଲା ଅଭିଯୁକ୍ତ ଅମର ସାମଲ। ଯେଉଁମାନେ ଚାକିରି ପାଇଁ ଆଶାୟୀ ଥିଲେ ସେମାନଙ୍କ ଠାରୁ ଏହି ଠକ ଦଳ ମୋଟା ଅଙ୍କର ଅର୍ଥ ନେଉଥିଲେ। ଠକ ଦଳ କେବେଠାରୁ ନକଲି ୱେବସାଇଟ କରିଥିଲେ, ଆଉ କେତେ ଜଣଙ୍କୁ ସେମାନେ ଠକିଛନ୍ତି, କେଉଁ କେଉଁ ଜିଲାକୁ ସେମାନେ ଟାର୍ଗେଟ କରିଥିଲେ, ମୋ ସ୍କୁଲର କେଉଁ ସରକାରୀ ଅଧିକାରୀ ଏହି ରାକେଟରେ ସାମିଲ ଅଛନ୍ତି କି ନାହିଁ ? ଏସବୁ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିବ। ଅଭିଯୁକ୍ତକୁ ଜିମାରେ ଆଣି ତଦନ୍ତକାରୀ ଦଳ ସେମାନଙ୍କୁ ଜେରା କରିବ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories