www.samajalive.in
Friday, December 12, 2025
15.1 C
Bhubaneswar

ଶୁଣିଲା ନାହିଁ ସରକାର, ଦେଢ଼ କିଲୋମିଟର ରାସ୍ତା ନିର୍ମାଣ କଲେ ଗ୍ରାମବାସୀ।

କଲ୍ୟାଣସିଂହପୁର: ରାସ୍ତା ମରାମତି ପାଇଁ ବାରମ୍ବାର ଜିଲା ପ୍ରଶାସନ ସହିତ ବ୍ଲକ ଓ ପଞ୍ଚାୟତ ଅଧିକାରୀଙ୍କୁ ଗୁହାରି କରିଥିଲେ। ସମସ୍ତଙ୍କଠାରୁ ନିରାଶ ହେବ​‌ା ପରେ ପ୍ରଶାସନ ଉପରୁ ଆଶା ଓ ଭରସା ତୁଟାଇ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଭଡ଼ାରେ ଟ୍ରାକ୍ଟର ଆଣି ମାଟି ମୁରୁମ ପକେଇ ଦେଢ଼ କିଲୋମିଟର ରାସ୍ତା ମରାମତି କରିବା ସହିତ ଗ୍ରାମବାସୀ ରାସ୍ତା ନିର୍ମାଣ କରିଥିଲେ। ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଡିବାଲପାଡୁ ଗ୍ରାମରେ ଦେଖିବାକୁ ମିଳିଛି ଏହି ଚିତ୍ର।

ଏହି ଡିବାଲପାଡୁ ଗ୍ରାମରେ ୭୦ ପରିବାର ଦୀର୍ଘ ବର୍ଷ ହେବ ବସବାସ କରି ଆସୁଛନ୍ତି। ରାସ୍ତା ମରାମତି ପାଇଁ ଗ୍ରାମବାସୀ ଜିଲା ପ୍ରଶାସନ ସମେତ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ଗୁହାରୀ କରିଥିଲେ। ହେଲେ ତାହା ସେମାନଙ୍କ ନିକଟରେ କୁମ୍ଭୀର କାନ୍ଦଣା ସଦୃଶ ହୋଇଥିଲା। କେହି ନଶୁଣିବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ ଏକତ୍ରିତ ହୋଇ ରାସ୍ତା ମରାମତି ପାଇଁ ଆଲୋଚନା କରିଥିଲେ। ଏହାପରେ ଗାଁ ଲୋକେ କିଛି ଟଙ୍କା ଆଦାୟ କରି ଏକ ଟ୍ରାକ୍ଟର ଭଡ଼ାରେ ଆଣି ମାଟି ମୁରୁମ ପକେଇ ଦେଢ଼ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ।
ଉକ୍ତ ରାସ୍ତାରେ ସାମାନ୍ୟ ବର୍ଷା ହୋଇଗଲେ ଯାତାୟତ ପାଇଁ ବହୁତ ଅସୁବିଧା ହେଉଥିଲା। ରୋଗୀ, ଗର୍ଭବତୀ, ଶିଶୁ ରୋଗୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଆମ୍ବୁଲାନ୍ସ ମଧ୍ୟ ସେହି ରାସ୍ତାରେ ଆସିପାରୁ ନଥିଲା। ଫଳରେ ରୋଗୀ, ଗର୍ଭବତୀଙ୍କୁ ଖଟିଆ, ଭାର, ଷ୍ଟ୍ରେଚର ସାହାଯ୍ୟରେ ବୋହି ନେବାକୁ ପଡୁଛି ବୋଲି ଗ୍ରାମବାସୀ କାମେଶ ପ୍ରାସ୍କା, ସୁବାସ ହିକକା, ଦ୍ରୌପଦୀ ହିକକା, ରାମିୟା ହିକକା,ଚନ୍ଦ୍ର ହିକକା ପ୍ରମୁଖ କହିଛନ୍ତି ।

- Advertisement -

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳର ବିକାଶ ପାଇଁ ଗାଁ ଗୁଡ଼ିକୁ ପକ୍କା ରାସ୍ତା ନିର୍ମାଣ କରାଯିବା ସହିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ପିଚୁ ରାସ୍ତା ନିର୍ମାଣ କରାଯାଉଛି। ତେଣୁ ଏହି ଯୋଜନାରେ ଗ୍ରାମ୍ୟ ସଡ଼କକୁ ପିଚୁ କରାଯିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories