www.samajalive.in
Friday, December 12, 2025
16.1 C
Bhubaneswar

ବରଯାତ୍ରୀ ଗାଡି ଓଲଟି ୨ ମୃତ ୩ ଆହତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ଅର୍କାବାହାଲି ପଡାର ଇଶ୍ୱର ବେହେରାଙ୍କ ଝିଅ ସହିତ ଛତିଶଗଡ ରାଜ୍ୟର ରାୟପୁର ନିବାସୀ ସୋହନ ସୋନିର ପୁଅ ଶିବା ସୋନି ସହିତ ଆଜି ସନ୍ଧ୍ୟାରେ ବିବାହ ଥିଲା । ଛତିଶଗଡ଼ ରାଜ୍ୟର ରାୟପୁରରୁ ଏକ ସ୍କର୍ପିଓ ନମ୍ବର ସିଜି ୦୪ ଏଲ୍ଇ ୮୮୯୭ ରେ ବର ଶିବା ସୋନି ଏବଂ ତାର ବାପା ସୋହନ ସୋନି( ୫୦), ମାମୁଁ ଚନ୍ଦ୍ର ବେହେରା (୫୫) ସହିତ ପୁରୁଷ ଓ ମହିଳା ମଶି ୭ ଜଣ  ଭବାନୀପାଟଣା ବିବାହ ପାଇଁ ଆସିବା ସମୟରେ ଆଜି ଭୋର ୪ ଘଣ୍ଟା ସମୟରେ ଭବାନୀପାଟଣା ଠାରୁ ୧୪ କିଲୋମିଟର ଦୂରରେ ରାୟପୁର-ଭବାନୀପାଟଣା ରାସ୍ତାର ଖଇରମଖଲ ଠାରେ ଭାରାସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ବରର ବାପା ସୋହନ ସୋନି ଏବଂ ମାମୁଁ ଚନ୍ଦ୍ର ବେହେରାଙ୍କ ମୃତ୍ୟୁ ହୋଇଥିଲା । ବର ଶିବା ସୋନି ସମେତ ଡ୍ରାଇଭର, ବରର ସର୍ମ୍ପକୀୟ ମହିଳା ୩ ଜଣ ଗୁରୁତର ଆହତ ହୋଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories