www.samajalive.in
Saturday, December 6, 2025
16.1 C
Bhubaneswar

ହରଭଙ୍ଗା ଯୋଗାଣ ସହାୟକ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

ହରଭଙ୍ଗା /ଚାରିଛକ  : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱପ୍ନିତା ନାଏକଙ୍କୁ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ୨୦୧୩ ମସିହାରୁ ଗ୍ରାମ ପଞ୍ଚାୟତ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ସ୍ନାତକ ଡିଗ୍ରୀ ଧାରୀ ବ୍ୟକ୍ତି ବିଶେଷଙ୍କୁ ଯୋଗାଣ ସହାୟକ ଭାବେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସ୍ଵଳ୍ପ ବେତନ ଦିଆଯାଉଛି, ଏ ବାବଦରେ ସରକାରଙ୍କୁ ବାରମ୍ବାର ଲିଖିତ ଆବେଦନ କଲେ ସୁଦ୍ଧା ସରକାର ଯୋଗାଣ ସହାୟକଙ୍କ ଭବିଷ୍ୟତ ବାବଦରେ କିଛି ପଦକ୍ଷେପ ନେଉ ନଥିବା, ପଞ୍ଚାୟତର ସମସ୍ତ ଉନ୍ନୟନ କାର୍ୟ୍ୟରେ ଯୋଗାଣ ସହାୟକକୁ ସାମିଲ କଲେ ସୁଦ୍ଧା ଦିନ ମଜୁରିଆ ଠାରୁ କମ୍ ପାରିଶ୍ରମିକ ଦିଆଯାଉଛି ବୋଲି ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ ୬ ସମ୍ବଳିତ ଦାବିପତ୍ର ଯଦି ସରକାର ୨ରୁ ୩ଦିନ ଭିତରେ ନ ଶୁଣନ୍ତି ତାହେଲେ ଏକଶାନ୍ତିପୂର୍ଣ୍ଣ ରାଜ୍ୟ ବ୍ୟାପି ଗଣଧାରଣାରେ ନିଜକୁ ସାମିଲ କରିବା ସହିତ କାର୍ୟ୍ୟ ବନ୍ଦର ଡାକରା ଦେବାକୁ ନେଇ ହରଭଙ୍ଗା ବ୍ଲକ ଯୋଗାଣ ସହାୟକ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ପ୍ରଦାନ କରିଛନ୍ତି ।
ଛଅ ଦଫା ଗୃହୀତ ଦାବି ପତ୍ର ଭିତରେ ପିଡ଼ିଏସ ଲାଇସେନ୍ସ ଯୋଗାଣ ସହାୟକ ନାମରେ ଦିଆଯିବା ସହିତ ଚାକିରୀରେ ରେଗୁଲାର, ପାରିଶ୍ରମିକ ୨୫ହଜାରକୁ ବୃଦ୍ଧି କରିବା ସହିତ ସରକାରୀ ମାନ୍ୟତା ଏବଂ କର୍ପୋରେସନରୁ ଦରମା ଦେବା ଓ ଯୋଗାଣ ସହାୟକ ନାମକୁ ବଦଳ କରି ଆସିଷ୍ଟାଣ୍ଡ ମାର୍କେଟ ଇନ୍ସପେକ୍ଟର କରାଇବା , କାର୍ୟ୍ୟରତଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ଓ ପରିବାରର ଜଣକୁ ସରକାରୀ ଚାକିରୀ ଏବଂ ନିଅଣ୍ଟ ପିଡିଏସ୍‌‌ ଚାଉଳର ୨ପ୍ରତିଶତ ଭରଣ ଭଳି ଦାବି ଥିବା ବେଳେ ଉକ୍ତ ସମ୍ବଳିତ ଦାବିପତ୍ର ଦେବା ସମୟରେ ସଭାପତି ପ୍ରିୟ ରଞ୍ଜନ ବିଶି, ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ ଓ ଅନ୍ୟ ସମସ୍ତେ ଉପସ୍ଥିତ ରହିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories