www.samajalive.in
Saturday, December 13, 2025
26.1 C
Bhubaneswar

ବୁଲୁରା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଭିତ୍ତିଭୂମି ପରିଦର୍ଶନ କଲେ ମେଡିକାଲ ଟିମ୍‌‌

ହରଭଙ୍ଗା: ହରଭଙ୍ଗା ବ୍ଲକ ଶଙ୍କୁଲେଇ ପଂଚାୟତ ଅର୍ନ୍ତଗତ ବୁଲୁରାଠାରେ ନୂତନ ଭାବେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଖୋଲାଯିବ। ଏଥିପାଇଁ ବୁଧବାର ହରଭଙ୍ଗା ମେଡିକାଲ ଅଫିସର ଡାକ୍ତର ଶ୍ରୀମନ୍ତ ସ୍ୱାଇଁ, ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶ୍ୟାମପ୍ରସାଦ ମେହେର, ବିପିଏମ ଅରୁଣ କୁମାର ପାଢ଼ୀ ଏବଂ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସତ୍ୟବାଦୀ ଚାଉଳିଆ ପ୍ରମୁଖ ବୁଲୁରାରେ ପହଞ୍ଚି ଏହାର ଭିତିଭୂମି ପରିଦର୍ଶନ କରିଥିବା ଜଣାପଡ଼ିଛି। ବନ୍ଦ ଥିବା ବୁଲୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉପକେନ୍ଦ୍ରଟିକୁ ଚାଲୁକରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସ୍କୁଲ ପରିସରକୁ ପରିଷ୍କାର ପରିଛନ୍ନ କରାଯାଇଛି। ଏହି ଆରୋଗ୍ୟ କେନ୍ଦ୍ର ଖୋଲିବା ପରେ ରାଉତପଡ଼ା, ବୁଲୁରା, ପାଣିଘରା, ନାଏକପଡ଼ା ଭଳି ୪/୫ଟି ଗାଁ ଲୋକଙ୍କ ପ୍ରାଥମିକ ଚିକିତ୍ସା ପାଇଁ ସହାୟକ ହୋଇପାରିବ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories