www.samajalive.in
Thursday, December 11, 2025
16.1 C
Bhubaneswar

ଧ୍ୟାନ ମୁଦ୍ରାରେ ଭାରତ, ଆରମ୍ଭ ହେଲା ଚନ୍ଦ୍ରଯାନ-୩ର ସହଜ ଅବତରଣ ପ୍ରକ୍ରିୟା…ସିଧା ପ୍ରସାରଣ

ଡେସ୍କ: ଭାରତର ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ-୩ର ସହଜ ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଯେଭଳି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ସେ ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋର ବେଙ୍ଗାଲୁରୁ ସ୍ଥିତ କମାଣ୍ଡ ସେଣ୍ଟରରେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିଛନ୍ତି। ଏହି ସଫଳତା ମିଳିଲେ ଭାରତ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ବିଶ୍ୱର ଚତୁର୍ଥ ଦେଶ ଭାବରେ ଇତିହାସ ପୃଷ୍ଠାରେ ନିଜକୁ ସାମିଲ କରିପାରିବ। କେବଳ ସେତିକି ନୁହେଁ, ଚନ୍ଦ୍ରଯାନ-୩ର ସହଜ ଅବତରଣ ଭାରତର ମହାକାଶ ଶକ୍ତି ଓ ଭବିଷ୍ୟତରେ ଚନ୍ଦ୍ର ଅଭିଯାନରେ ଦେଶର ବୈଜ୍ଞାନିକ, ବୈଷୟିକ ଓ ମହାକାଶ ବିଜ୍ଞାନର ସଫଳତାକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିପାରିବ।

– ଇସ୍ରୋ ପକ୍ଷରୁ ସୂଚନା, ଆଜି ଅବତରଣ କରିବ ଚନ୍ଦ୍ରଯାନ- ୩

- Advertisement -

– ଆବଶ୍ୟକ ସ୍ଥଳେ ଅଗଷ୍ଟ ୨୭କୁ ଅବତରଣ କରାଯାଇ ପାରେ ବୋଲି ଘୋଷଣା କରାଯାଉଥିଲା

– ଚନ୍ଦ୍ରଯାନ-୩ର ଉତକ୍ଷେପଣ ଏବଂ ଅବତରଣ ବିଷୟରେ ଇସ୍ରୋର ସୂଚନା – ଲ୍ୟାଣ୍ଡର ମଡ୍ୟୁଲ୍ ପୃଥିବୀକୁ ୨୧ ଥର ଏବଂ ଚନ୍ଦ୍ରକୁ ୧୨୦ ଥର ପରିକ୍ରମା କରିଛି

– ୪୦ ଦିନ ଯାତ୍ରା କରିବା ପରେ ଚନ୍ଦ୍ରଯାନ-୩ ଆଜି ଚନ୍ଦ୍ରରେ ପହଞ୍ଚିବ

– ଚନ୍ଦ୍ର ଠାରୁ ୩୧ କିଲୋମିଟର ଦୂରରେ ପହଁଚିଲା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମୋଡ୍ୟୁଲ

– ଏବେ ଲ୍ୟାଣ୍ଡର ମୋଡ୍ୟୁଲର ଗତି ସେକେଣ୍ଡ ପ୍ରତି ୧୧୫୦ ମିଟର

– ଅଧା ଯାତ୍ରା ଶେଷ କଲା ଚନ୍ଦ୍ରଯାନ-୩, ସନ୍ଧ୍ୟା ୬.୦୪ ମିନିଟରେ ଅବତରଣ କରିବ ଚନ୍ଦ୍ରଯାନ-୩

– ଚନ୍ଦ୍ରଯାନ-୩ ପାୱାର ଡ଼ିସେଣ୍ଟ ଆରମ୍ଭ, ଆଉ ମାତ୍ର ୧୧ ମିନିଟର ଅପେକ୍ଷା

– ବର୍ତ୍ତମାନ ପର୍ଯ୍ୟନ୍ତ ସବୁକିଛି ପ୍ରକ୍ରିୟା ସ୍ୱାଭାବିକ, ଅବତରଣ ପାଇଁ ୮୦% ଯାତ୍ରା ସମାପ୍ତ, ଏବେ ଲ୍ୟାଣ୍ଡର୍ ଚନ୍ଦ୍ରଠାରୁ ୧୦ କିଲୋମିଟର ଉଚ୍ଚରେ ଅଛି

– ଏବେ ଲ୍ୟାଣ୍ଡର ବର୍ତ୍ତମାନ ପ୍ରତି ସେକେଣ୍ଡରେ ୬୭ ମିଟର ବେଗରେ ଅବତରଣ କରୁଛି

– ସବୁ ସେନସର ସଠିକ କାମ କରୁଥିବା ସୂଚନା

– ଆଉ ମାତ୍ର ୬ ମିନିଟର ଅପେକ୍ଷା, ଏବେ ଲ୍ୟାଣ୍ଡର୍ ଚନ୍ଦ୍ରଠାରୁ ୨.୬ କିଲୋମିଟର ଉଚ୍ଚରେ ଅଛି

– ୧୫୦ ମିଟର ବାକି, ଅବତରଣ କରୁଛି ଚନ୍ଦ୍ରଯାନ-୩

– ଆଉ ମାତ୍ର ୫ ମିନିଟର ଅପେକ୍ଷା, ଏବେ ଲ୍ୟାଣ୍ଡର୍ ଚନ୍ଦ୍ରଠାରୁ ୧ କିଲୋମିଟର ଉଚ୍ଚରେ ଅଛି

– ଚନ୍ଦ୍ରଯାନ-୩ ଅବତରଣ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ ସଫଳ

– ଅବତରଣ କରିବା ପୂର୍ବରୁ ସିଧା ହେଲା ଚନ୍ଦ୍ରଯାନ-୩

– ଚନ୍ଦ୍ରଯାନ-୩ ଅବତରଣ ପ୍ରକ୍ରିୟାର ଦ୍ଵିତୀୟ ପର୍ଯ୍ୟାୟ ସଫଳ

– ୫୦ ମିଟର ବାକି, ଅବତରଣ କରୁଛି ଚନ୍ଦ୍ରଯାନ-୩

– ସଫଳତାର ସହ ଚନ୍ଦ୍ରରେ ଅବତରଣ କଲା ଚନ୍ଦ୍ରଯାନ-୩

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories