www.samajalive.in
Thursday, December 11, 2025
18.1 C
Bhubaneswar

ମୃତ୍ତିକା ବଞ୍ଚାଅ ସଚେତନତା ସୃଷ୍ଟି: ମୋହିତ ନିରଞ୍ଜନଙ୍କ ସାଇକେଲରେ ଭାରତ ପରିକ୍ରମା, କୃଷି ଭବନରେ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଚାଷଜମିର ଉର୍ବରତା ଦ୍ରୁତ କ୍ଷୟ ପାଉଥିବା ପରିପ୍ରେକ୍ଷୀରେ ମୃତ୍ତିକାର ସ୍ୱାସ୍ଥ୍ୟରକ୍ଷା ଓ ସଂରକ୍ଷଣ ନିମନ୍ତେ ଜନସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଉତ୍ତରପ୍ରଦେଶର ମୋହିତ ନିରଞ୍ଜନ ସାଇକେଲ ଯୋଗେ ଭାରତ ପରିକ୍ରମା କରୁଛନ୍ତି । ଏହି କ୍ରମରେ ମୋହିତ ଆଜି କୃଷିଭବନଠାରେ ପହଞ୍ଚିବା ପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧନା କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୋହିତ ନିରଞ୍ଜନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ତାଙ୍କର ଏପରି ମହତ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇବା ସହିତ ଭାରତ ପରିକ୍ରମା କାର୍ଯ୍ୟକ୍ରମର ସର୍ବସଫଳତା କାମନା କରିଥିଲେ । ମୃତ୍ତିକାର ସ୍ୱାସ୍ଥ୍ୟରକ୍ଷା ଆଜିର ଆହ୍ୱାନ ହୋଇଥିବାବେଳେ ସମାଜର ପ୍ରତ୍ୟେକ ସ୍ତରରେ ଏ ସମ୍ପର୍କରେ ଜାଗରୁକତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଶ୍ରୀ ମୋହିତଙ୍କ ଏପରି ଗଠନମୂଳକ କାର୍ଯ୍ୟ ପ୍ରଶଂସା କରିବା ସହିତ ତାଙ୍କର ଏହି ପ୍ରୟାସ ଅନ୍ୟମାନଙ୍କ ନିମେନ୍ତ ନିଶ୍ଚୟ ପ୍ରେରଣାଦାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ ।

- Advertisement -

ଚଳିତ ବର୍ଷ ଆନ୍ତର୍ଜାତିକ ମିଲେଟ୍‌ସ ବର୍ଷ ଭାବରେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଓଡ଼ିଶା ମିଲେଟ୍‌ସ ମିଶନ ତରଫରୁ ମୋହିତ ନିରଞ୍ଜନଙ୍କୁ ମିଲେଟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବାସ୍କେଟ୍‌ ଉପହାର ଦିଆଯାଇଥିଲା । ସମ୍ବର୍ଦ୍ଧନା ଉତ୍ସବରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଅଞ୍ଜନା ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ “ଇଶା” ଫାଉଣ୍ଡେସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories