www.samajalive.in
Thursday, December 11, 2025
18.1 C
Bhubaneswar

ପ୍ରେମୀ ଯୁଗଳଙ୍କୁ ବାହା କରାଇଲେ ସରପଞ୍ଚ

ରେଙ୍ଗାଲିକ୍ୟାମ୍ପ: ଗତ କିଛି ମାସ ଧରି ଉଭୟ ପୁଅ ଓ ଝିଅ ଲୁଚାଛପାରେ ପ୍ରେମ କରି ଆସୁଥିଲେ । ଯାହାକୁ ନେଇ ଉଭୟ ପରିବାରରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା । ସ୍ଥାନୀୟ ସରପଞ୍ଚଙ୍କ ଉଦାର ମନୋଭାବ ଯୋଗୁଁ ପ୍ରେମୀ ଯୁଗଳ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅତାବିରା ବ୍ଲକର ଲହଣ୍ଡା ପଞ୍ଚାୟତରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସିଲେଟ ପଞ୍ଚାୟତର ସିଲେଟ ଗ୍ରାମର ଯୁବକ ଭକ୍ତ ପ୍ରସାଦ ଗୁରୁ ଓ ଲହଣ୍ଡା ଗ୍ରାମର ସୁମିତ୍ରା ଭୁଏଙ୍କ ମଧ୍ୟରେ ଗତ କିଛି ମାସ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିନ୍ତୁ ଉଭୟଙ୍କ ପରିବାର ଏହି ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ । ଫଳରେ ଗତ ୨୦ ତାରିଖ ଦିନ ସେମାନେ ଘରୁ ଅନ୍ୟତ୍ର ଚାଲିଯାଇଥିଲେ । ଉଭୟ ପରିବାର ଖୋଜାଖୋଜି କରିବା ପରେ ସୋମବାର ପୁଅର ପରିବାର ବର୍ଗ ତାଙ୍କ ସନ୍ଧାନ ପାଇ ସେମାନଙ୍କୁ ଗାଁକୁ ନେଇ ଆସିଥିଲେ । କିନ୍ତୁ ତାଙ୍କ ସଂପର୍କକୁ ବିରୋଧ କରି ଝିଅକୁ ତାଙ୍କ ଘରେ ଛାଡ଼ି ଦେଇ ପୁଅକୁ ନେଇଯିବା ପାଇଁ ପ୍ରସ୍ତୁତ ହେବା ବେଳେ ସେମାନଙ୍କ ମଧ୍ୟରେ ବାହାଘର ନ ହେଲେ ଉଭୟ ପ୍ରେମୀ ଯୁଗଳ ବିଷ ଖାଇ ଆତ୍ମହତ୍ୟା କରିବୁ ବୋଲି କହିଥିଲେ । ଫଳରେ ଉଭୟ ପରିବାର ଏକଥା ସରପଞ୍ଚଙ୍କୁ ଜଣାଇଥିଲେ ।

ପ୍ରେମୀ ଯୁଗଳ ସାବାଳକ ଓ ସାବାଳିକା ହୋଇଥିବାରୁ ନିଜେ ନିଜର ନିଷ୍ପତ୍ତି ନେଇ ପାରିବାର ଅଧିକାର ରହିଥିବା ତଥା ପରିସ୍ଥିତିର ଗମ୍ଭୀରତାକୁ ଅନୁଧ୍ୟାନ କରି ସରପଞ୍ଚ ଅର୍ଜୁନ ନାଏକ ନିଜର ମାନବିକତା ଦେଖାଇ ଉଭୟଙ୍କୁ ବିବାହ ପାଇଁ ସାହାଯ୍ୟ ସହଯୋଗ କରିଥିଲେ । ଏପରିକି ନିକଟସ୍ଥ ଗୋଡଭଗା ସମଲେଶ୍ଵରୀ ମନ୍ଦିରରେ ଉଭୟ ପରିବାରଙ୍କୁ ଡକାଇ ସରପଞ୍ଚ ଅର୍ଜୁନ ନାଏକ ଓ କିଛି ସମାଜସେବୀଙ୍କ ଉପସ୍ଥିତିରେ ବୈଦିକ ରୀତିରେ ପ୍ରେମୀ ଯୁଗଳଙ୍କ ବିବାହ ଉତ୍ସବ ମଧ୍ୟ ହୋଇଥିଲା । ସରପଞ୍ଚଙ୍କ କହିବା ଅନୁସାରେ, ସେମାନେ ପ୍ରଥମେ ଅତାବିରା ଗ୍ରାମ୍ୟ ନ୍ୟାୟାଳୟରେ ରେଜିଷ୍ଟ୍ରି ବିବାହ ପରେ ପାରମ୍ପରିକ ରୀତି ନୀତି ଅନୁସାରେ ବିବାହ କରିବେ ବୋଲି କହିଥିଲେ । ତେଣୁ ଝିଅର ବାପା ମାଲିଆ ଭୁଏ ଓ ପୁଅର ବାପା ରାମକୃଷ୍ଣ ଗୁରୁ ତଥା ଉଭୟ ପରିବାର ବର୍ଗଙ୍କ ଉପସ୍ଥିତିରେ ରେଜିଷ୍ଟ୍ରି ବିବାହ କରିବା ପରେ ମା’ ସମଲେଶ୍ଵରୀ ମନ୍ଦିରରେ ଉଭୟ ପୁଅ ଓ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇ ନୂତନ ବୈବାହିକ ଜୀବନ ଆରମ୍ଭ କରିଛନ୍ତି । ସରପଞ୍ଚଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅନେକ ବ୍ୟକ୍ତି ଏହି ବିବାହ କାର୍ଯ୍ୟରେ ସାମିଲ ହୋଇଥିଲେ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories