www.samajalive.in
Sunday, December 14, 2025
23.1 C
Bhubaneswar

ବରିଷ୍ଠ ନାଗରିକମାନେ ହେଉଛନ୍ତି ଦେବତୁଲ୍ୟ

ସାକ୍ଷୀଗୋପାଳ : ସତ୍ୟବାଦୀ ବିକାଶ ପରିଷଦ, ସାକ୍ଷୀଗୋପାଳ ତରଫରୁ ସାକ୍ଷୀଗୋପାଳ ପାନ୍ଥଶାଳା ପରିସରରେ ସୋମବାର ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଦୈନିକ ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ରଥ ଶ୍ରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସତ୍ୟବାଦୀ ବିକାଶ ପରିଷଦର ସଭାପତି ଆଇନଜୀବୀ ଗୁଣ୍ଡିଚା ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଶ୍ରୀ ରଥ, ସମ୍ମାନିତ ଅତିଥି ରୂପେ ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ମହାରଣା, ପରିଷଦର ଉପ ସଭାପତି ବୀରେନ୍ଦ୍ର ଭୂଷଣ ହୋତା, ସାଧାରଣ ସମ୍ପାଦକ  ଆଇନଜୀବୀ ଅମର ନନ୍ଦ, ଉପଦେଷ୍ଟା ଆଇନଜୀବୀ ପୁଷ୍କର ମହାପାତ୍ର, ସଂଯୋଜକ ହୃଷିକେଶ ମିଶ୍ର, ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,  ଆଇନଜୀବୀ ଉପେନ୍ଦ୍ର କୁମାର ବିଶ୍ୱାଳ ଇଞ୍ଜିନିଅର ପ୍ରଫୁଲ୍ଲ  କୁମାର ପଣ୍ଡା, ବୁଦ୍ଧନାଥ ମଲ୍ଲିକ, ମହିଳା ସାମ୍ମୁଖ୍ୟ ଅଧ୍ୟକ୍ଷ ସଖିମଣି ବରାଳ ଓ ଦେବାଶିଷ ରାୟ ପ୍ରମୁଖ ଯୋଗ ଦେଇଥିଲେ।
ଆଇନଜୀବୀ ଅମର ନନ୍ଦ ସମ୍ପାଦକୀୟ ବିବରଣୀ, ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରଥ  କହିଥିଲେ, ବରିଷ୍ଠ ନାଗରିକ ମାନେ ହେଉଛନ୍ତି ଦେବତୁଲ୍ୟ। ସେମାନେ ଦୟାର ପାତ୍ର ନୁହନ୍ତି । ଏହି ଅବସରରେ ସେ ଦାର୍ଶନିକ ସକ୍ରେଟିସ, ସକ୍ରେଟିସଙ୍କ  ଶିଷ୍ୟ ପ୍ଲାଟୋ, ପ୍ଲାଟୋଙ୍କ  ଶିଷ୍ୟ ଆରିଷ୍ଟୋଟଲ ଓ ଆରିଷ୍ଟୋଟଲଙ୍କ ଶିଷ୍ୟ ବିଶ୍ୱ ବିଜୟୀ ସମ୍ରାଟ ଆଲେକଜଣ୍ଡାରଙ୍କ ଇତିହାସ ବର୍ଣ୍ଣନା କରିଥିଲେ । ଗୋପବନ୍ଧୁ ଆୟୁର୍ବିବିଜ୍ଞାନ ଓ ଗବେଷଣା କେନ୍ଦ୍ର, ମାଧପୁର ତରଫରୁ ମାସକୁ ଗୋଟିଏ ଦିନ ନିମନ୍ତେ ଏଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି  ପ୍ରକାଶ କରିଥିଲେ। ଏଠାରେ ଚିହ୍ନଟ ଗୁରୁତର ତଥା ଗରିବ ଲୋକ ମାନଙ୍କୁ ବିନା ମୂଲ୍ୟରେ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ରରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ରୋଗୀ ମାନଙ୍କୁ ଏଠାରୁ ନେବା ଆଣିବା ଆମ୍ବୁଲାନ୍ସ ଯୋଗେ ବିନା ମୂଲ୍ୟରେ କରାଯିବ।  ଏହି ଅବସରରେ ଗୁଣ୍ଡିଚା ବରାଳଙ୍କ ଲିଖିତ ପୁସ୍ତକ ସାକ୍ଷୀଗୋପାଳ ପୁସ୍ତକ ଉନ୍ମୋଚନ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ତରଫରୁ ପ୍ରଦତ୍ତ ଜଷ୍ଟି  ଓ ପରିଚୟ ପତ୍ର ବରିଷ୍ଠ ନାଗରିକ ମାନଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ, ପିପିଲି ଓ ଡେଲାଙ୍ଗ ବ୍ଲକର ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ। ଆଇନଜୀବୀ ସୁଶାନ୍ତ କୁମାର ରଥ, ପ୍ରଶାନ୍ତ କୁମାର ବାରିକ, ପିପିଲି ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ନରସିଂହ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories