www.samajalive.in
Saturday, December 13, 2025
21.1 C
Bhubaneswar

ସୀମା-ସଚିନଙ୍କ ପ୍ରେମକାହାଣୀ ‘କରାଚି ଟୁ ନୋଏଡ଼ା’; ରିଲିଜ୍‌ ହେଲା ଥିମ୍‌ ସଙ୍ଗ୍‌

ମୁମ୍ବଇ: ପ୍ରେମିକ ସଚିନଙ୍କ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦାର ଆଜି ଏକ ଜଣାଶୁଣା ନାମ ପାଲଟି ଯାଇଛନ୍ତି। ୨୨ ବର୍ଷୀୟ ସଚିନଙ୍କ ପାଇଁ ସୀମା ଡେଇଁ ଆସିବାର ତାଙ୍କ କାହାଣୀ କାହାକୁ ଅସଲି ଲାଗିଲା ତ ଆଉ କାହାକୁ ନକଲି। ତେବେ ସୀମା ହାଇଦରଙ୍କ ହୃଦୟରେ ସଚିନଙ୍କ ପାଇଁ ପ୍ରେମର ଫୁଲ କିପରି ଫୁଟିଥିଲା ତାହା ଆଗାମୀ ଚଳଚ୍ଚିତ୍ର ‘କରାଚି ଟୁ ନୋଏଡ଼ା’ରେ ଦେଖିବାକୁ ମିଳିବ। ଫିଲ୍ମର ଥିମ୍‌ ସଙ୍ଗ୍‌ ‘ଚଲ୍‌ ପଡ଼େ ହମ୍‌’ ରିଲିଜ୍‌ ହୋଇଯାଇଛି। ଏଥିରେ ପ୍ରୀତି ସରୋଜ କଣ୍ଠଦାନ କରିଛନ୍ତି। ଫିଲ୍ମରେ ସୀମାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଫରହିନ ଫଲକ। ମିଳିଥିବା ସୂଚନା ଅନୁସାରେ, ‘ଚଲ୍‌ ପଡ଼େ ହମ୍‌’କୁ ୫୦୦ରୁ ଅଧିକ ମ୍ୟୁଜିକ୍‌ ପ୍ଲାଟଫର୍ମରେ ରିଲିଜ୍‌ କରାଯାଇଛି।

ପ୍ରଯୋଜକ ଅମିତ ଜାନୀ କହିଛନ୍ତି, ଏହି ଚଳଚ୍ଚିତ୍ର ପାଇଁ ୫୦ରୁ ଊର୍ଦ୍ଧ୍ବ ଅଭିନେତା, ଅଭିନେତ୍ରୀ ଏବଂ ମଡେଲ ଅଡିସନ୍ ଦେବାକୁ ଆସିଥିଲେ। ଫରହିନ୍ ଫଲକ ଏହି ଭୂମିକା ପାଇଁ ସବୁଠୁ ଉପଯୁକ୍ତ ବୋଲି ସେ ଭାବିଥିଲେ। ଥିମ୍‌ ସଙ୍ଗ୍‌କୁ ଦିଲ୍ଲୀର ସଂସ୍କାର ଭାରତୀୟ ଅଡିଟୋରିୟମ୍‌ରେ ଲଞ୍ଚ୍‌ କରାଯାଇଛି। ଅଭିନେତ୍ରୀ ଫରହିନ୍ ଫଲକ ନିଜେ ମଧ୍ୟ ଗୀତକୁ ଏକ୍ସ(ଟ୍ୱିଟର)ରେ ଶେୟାର କରିଛନ୍ତି। ତେବେ ଅଗଷ୍ଟ ୨୭ରେ ଅମିତ ଜାନୀ ମୁମ୍ବଇରେ ଫିଲ୍ମର ପୋଷ୍ଟର ଲଞ୍ଚ୍‌ କରିପାରନ୍ତି ବୋଲି ସୂଚନା ମିଳିଛି।

- Advertisement -


କିଛି ଦିନ ପୂର୍ବରୁ ଅମିତ ଜାନୀ ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଘୋଷଣା କରିଥିଲେ। ସୀମା ହାଇଦର ତାଙ୍କ ପ୍ରେମିକ ସଚିନ୍ ମୀନାଙ୍କ ପାଇଁ ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିଲେ ଏବଂ ଗ୍ରେଟର ନୋଏଡ଼ାର ରବୁପୁରାରେ ରହିବାକୁ ଲାଗିଲେ। ସେ ତାଙ୍କ ସହ ଚାରି ପିଲାଙ୍କୁ ମଧ୍ୟ ସାଙ୍ଗରେ ଆଣିଥିଲେ। ଏ ବିଷୟରେ ଜଣାପଡ଼ିବା ପରେ ସୀମାଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା ଏବଂ ପରେ ତାଙ୍କୁ ଜାମିନ ମିଳିଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories