ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ସିନିୟର କ୍ରିକେଟ୍ ଚୟନ କମିଟି ପକ୍ଷରୁ ମୋଟ ୧୭ ଜଣିଆ ଦଳ ଘୋଷଣା କରାଯାଇଛି। ଏସିଆ କପରେ ରୋହିତ ଶର୍ମାଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଟିମ। କେ.ଏଲ. ରାହୁଲ ଓ ଶ୍ରେୟସ ଆୟାର ଫେରିଛନ୍ତି। ତିଲକ ବର୍ମା ନୂଆ ମୁହଁ ଭାବେ ମନୋନୀତ ହୋଇଛନ୍ତି। ଏସିଆ କପ୍ ଅଗଷ୍ଟ ମାସ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୭ ଯାଏ ଚାଲିବ। ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, କେ.ଏଲ.ରାହୁଲ, ଶ୍ରେୟସ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଈଶାନ କିଶନ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା ଟିମରେ ସାମିଲ ହୋଇଛନ୍ତି। ଏଥିସହ ଷ୍ଟାଣ୍ଡ ବାଏରେ ସଞ୍ଜୁ ସାମସନ ରଖାଯାଇଛି।



