ସୋଭିଏତ୍‌ ସଂଘ ପରି ଚୀନ୍‌ ବି ଖଣ୍ଡଖଣ୍ଡ ହୋଇଯିବାର ସମ୍ଭାବନା- ଆର୍ଥିକ ସଙ୍କଟରେ ଏବେ ଚୀନ୍‌

ବେଜିଂ – ଏବେ ଚୀନ୍‌ର ଅର୍ଥନୀତି ସଙ୍କଟ ମଧ୍ୟଦେଇ ଗତି କରୁଛି । ସୋଭିଏତ୍‌ ପରି ଚୀନ୍‌ ମଧ୍ୟ ଖଣ୍ଡ ଖଣ୍ଡ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଚୀନ୍‌ରେ ଇଲେକ୍ଟ୍ରୋନିକ୍ସ ଠାରୁ ଆରମ୍ଭ କରି ମାଇକ୍ରୋଚିପ୍ସ୍‌ ଏବଂ ବିଭିନ୍ନ ସାମଗ୍ରୀ ତିଆରି ପାଇଁ ପ୍ରସିଦ୍ଧି ଲାଭ କରିଥିଲା । ମାତ୍ର ଆମେରିକାର ସହ ବିଭିନ୍ନ ୟୁରୋପୀୟ ଦେଶ ଏହା ଉପରେ ବିଭିନ୍ନ କଟକଣା ଲଗାଇଥିଲେ । ଦୁନିଆଁରେ ସବୁଠାରୁ ଗରିବ ଦେଶମାନଙ୍କ ମଧ୍ୟରେ ଚୀନ୍‌କୁ ଗଣନା କରାଯାଉଥିଲା । ମାତ୍ର ଏବେ ବିଶ୍ୱର ଦ୍ୱିତୀୟ ଅର୍ଥ ବ୍ୟବସ୍ଥା । ମାତ୍ର ଏବେ ଚୀନ୍‌ରେ ବେରୋଜଗାରୀ ବୃଦ୍ଧି ପାଇଛି ।

prayash

ଚୀନ୍‌ରେ ଏବେ ଯେଉଁ ଅବସ୍ଥା ତାହା କେବେ ସୋଭିଏତ୍‌ ସଙ୍ଘର ଥିଲା । ଏହି ଅବସ୍ଥା ଯୋଗୁଁ ସୋଭିଏତ୍‌ ସଂଘ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଚୀନ୍‌ ବିସ୍ତାରବାଦୀ ନୀତି ଯୋଗୁଁ ହଙ୍ଗକଙ୍ଗ, ତିବ୍ଦତ ସହ ଅନେକ ସ୍ୱତନ୍ତ୍ର ଅଞ୍ଚଳକୁ ଜବରଦଖଲ କରି ରଖିଛି । କେତେକ ବିଶେଷଜ୍ଞ ଚୀନ୍‌ର ଖଣ୍ଡ ଖଣ୍ଡ ହେବନାହିଁ ବଂର ଏହାର ଅର୍ଥନୀତି ଭୁଶୁଡି ପଡିବ ବୋଲି କହିଛନ୍ତି । କୋଭିଡ୍‌ ପୂର୍ବରୁ ଚୀନ୍‌ର ଅର୍ଥନୀତି ଖରାପ ହୋଇଛି ।

ଏବେ ଚୀନ୍‌ର ଅର୍ଥନୀତି ଭଲ ହେବା ବଦଳରେ ଖରାପ ହେବାରେ ଲାଗିଛି । ଏପରି ହେଲେ ଚୀନ୍‌ ଭିତରେ ଅସନ୍ତୋଷ ବଢୁଛି ।

Comments are closed.