www.samajalive.in
Friday, December 12, 2025
16.1 C
Bhubaneswar

ଏସିଆ କପ ପାଇଁ ଟିମ ଘୋଷଣା, ରୋହିତ ଶର୍ମାଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଟିମ

ନୂଆଦିଲ୍ଲୀ: ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ସିନିୟର କ୍ରିକେଟ୍‌ ଚୟନ କମିଟି ପକ୍ଷରୁ ମୋଟ ୧୭ ଜଣିଆ ଦଳ ଘୋଷଣା କରାଯାଇଛି। ଏସିଆ କପରେ ରୋହିତ ଶର୍ମାଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଟିମ। କେ.ଏଲ. ରାହୁଲ ଓ ଶ୍ରେୟସ ଆୟାର ଫେରିଛନ୍ତି। ତିଲକ ବର୍ମା ନୂଆ ମୁହଁ ଭାବେ ମନୋନୀତ ହୋଇଛନ୍ତି। ଏସିଆ କପ୍‌ ଅଗଷ୍ଟ ମାସ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୭ ଯାଏ ଚାଲିବ। ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, କେ.ଏଲ.ରାହୁଲ, ଶ୍ରେୟସ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଈଶାନ କିଶନ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା ଟିମରେ ସାମିଲ ହୋଇଛନ୍ତି। ଏଥିସହ ଷ୍ଟାଣ୍ଡ ବାଏରେ ସଞ୍ଜୁ ସାମସନ ରଖାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories