www.samajalive.in
Wednesday, December 10, 2025
23.1 C
Bhubaneswar

କଲମପୁରରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

କଲମପୁର: କଲମପୁର ସମିତି କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହଠାରେ ସୋମବାର ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପି.ଅନ୍ୱେଷା ରେଡି ଯୋଗଦେଇ ବିଭିନ୍ନ ଉପଭୋକ୍ତାଙ୍କ ସମସ୍ୟା ସମ୍ବନ୍ଧରେ ଜାଣିବା ସହ ତୁରନ୍ତ ତାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟକ୍ତିଗତ ଭାବେ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ମାତ୍ର ୫ ଗୋଟି ଅଭିଯୋଗ ପତ୍ର ଦାଖଲ ହେଇଥିବା ବେଳେ ଗ୍ରାମାଞ୍ଚଳର ଆବାସ ଯୋଜନାରେ ସାମିଲ ଏବଂ ଅନ୍ୟ ବ୍ୟକ୍ତିଗତ ସମସ୍ୟା ନେଇ ୯୩ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା। ସେହିଭଳି ସରକାରୀ ଜମି ଜବର ଦଖଲ ମୂକ୍ତ, ରାସ୍ତା ନିର୍ମାଣ, ଆଇଟିଆଇ ସ୍ଥାପନ ଭଳି ସାମୂହିକ ସମସ୍ୟାର ସମାଧାନ ପାଇଁ ୬୦ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଧିରଜ କୁମାର ଚୋପଦାରଙ୍କ ସମେତେ ଗ୍ରାମ ଉନ୍ନୟନ, ପୂର୍ତ, ଜଳ ସମ୍ପଦ, ଇନ୍ଦ୍ରାବତୀ, ବିଦ୍ୟୁତ କୃଷି, ଉଦ୍ୟାନ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। କଲମପୁର ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ରୁଦ୍ରମୋହନ ନାୟକ ପ୍ରମୁଖଙ୍କ ସମେତ ବ୍ଲକର ବିଭିନ୍ନ ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

ଜିଲାପାଳ ପି.ଅନ୍ୱେଷା ରେଡି କଲମପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ୫ଟିର ରୂପାନ୍ତରିକରଣର ଦ୍ୱିତୀୟ ପର୍ଯ୍ୟାୟରେ ଏହି ବିଦ୍ୟାଳୟ ସ୍ଥାନିତ ହେଇ ରୁପାନ୍ତରିତ ହୋଇଥିଲା। ପୁନଃ ବିଦ୍ୟାଳୟର କିଛି ଆନୁସଙ୍ଗିକ ରୂପାନ୍ତରଣ ପାଇଁ ୫ଟି ସଚିବ ଭି.କାର୍ତିକେୟନ ପାଣ୍ଡିଆନଙ୍କ ଗସ୍ତ ସମୟରେ କଲମପୁର ଅଂଚଳବାସୀଙ୍କ ଦ୍ୱାରା ଅନୁରୋଧ କରାଯାଇଥିଲା। ଏହି ଅନୁରୋଧ ମୁତାବକ ପୁନଃ ଦୁଇଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ସମେତ ପରିଶ୍ରାଗାର ଏବଂ ଶୌଚାଳୟର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଜିଲାପାଳ ଏ ସମସ୍ତ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ସ୍ମାର୍ଟ କ୍ଲାସ ରୁମ୍‌‌, ଇ-ଲାବ୍ରୋଟୋରୀ ଆଦି ଦେଖିଥିଲେ। ଏହାପରେ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନଙ୍କ ସହ ସ୍ମାର୍ଟ କ୍ଲାସ ରୁମର ଉପାଦେୟ ନେଇ ବୁଝିଥିଲେ। ଏହାସହ ସେମାନେ କିଭଳି ପାଠପଢୁଛନ୍ତି ସେମାନଙ୍କ ଜୀବନର ଲକ୍ଷ୍ୟ କଣ ଏନେଇ ଆଲୋଚନା କରିଥିଲେ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ରୁଦ୍ରମୋହନ ନାୟକ ସହକାରୀ ଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ସେଠୀ ଏବଂ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଜିଲାପାଳ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories