www.samajalive.in
Wednesday, December 10, 2025
16.1 C
Bhubaneswar

ନିଲାମ ହେବନି ସନ୍ନିଙ୍କ ବଙ୍ଗଳା; କଂଗ୍ରେସର ପ୍ରଶ୍ନ- ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ କିଏ ଉସୁକାଇଲା

ମୁମ୍ବଇ: ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ ଜୁହୁ ବଙ୍ଗଳା ଇ-ନିଲାମ ଉପରେ ରୋକ୍‌ ଲଗାଇଛି ବ୍ୟାଙ୍କ ଅଫ୍ ବରୋଦା। ଏବେ ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି। କଂଗ୍ରେସ ପ୍ରଶ୍ନ କରିଛି ଯେ, ‘ବୈଷୟିକ କାରଣ’ ଦର୍ଶାଇ ନିଲାମ ନୋଟିସ୍‌ ପ୍ରତ୍ୟାହାର କରିବାକୁ ବ୍ୟାଙ୍କକୁ କିଏ ପ୍ରବର୍ତ୍ତାଇଛି।

ସୂଚନା ଅନୁସାରେ, ସନ୍ନି ଦେଓଲଙ୍କ ମୁମ୍ବଇର ଜୁହୁ ସ୍ଥିତ ବିଳାସପୂର୍ଣ୍ଣ ବଙ୍ଗଳାକୁ ବ୍ୟାଙ୍କ ଅଫ୍‌ ବରୋଦା ଦ୍ବାରା ୫୬ କୋଟି ଟଙ୍କାର ଋଣ ଆଦାୟ କରିବା ପାଇଁ ନିଲାମ କରାଯିବାର ଥିଲା। ତେବେ ସୋମବାର ବ୍ୟାଙ୍କ ଅଫ୍‌ ବରୋଦା ଏକ ନୋଟିସ୍‌ ଜାରି କରି କହିଛି, ବୈଷୟିକ କାରଣ ଯୋଗୁ ଅଜୟ ସିଂହ ଦେଓଲ ଓରଫ୍‌ ସନ୍ନି ଦେଓଲଙ୍କ ଜୁହୁ ବଙ୍ଗଳା ନିଲାମ ବିଜ୍ଞପ୍ତି ପ୍ରତ୍ୟାହାର କରି ନିଆଯାଇଛି। ଯାହାର ଅର୍ଥ ବଙ୍ଗଳା ଆଉ ନିଲାମ ହେବ ନାହିଁ।

- Advertisement -

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ଗତକାଲି ଅପରାହ୍ନରେ ଦେଶ ଜାଣିବାକୁ ପାଇଲା ଯେ, ବ୍ୟାଙ୍କ ଅଫ୍ ବରୋଦା ବିଜେପି ସାଂସଦ ସନ୍ନି ଦେଓଲଙ୍କ ଜୁହୁ ସ୍ଥିତ ବଙ୍ଗଳାକୁ ଇ-ନିଲାମ ପାଇଁ ଘୋଷଣା କରିଛି, କାରଣ ସେ ୫୬ କୋଟି ଟଙ୍କା ସୁଝିନାହାନ୍ତି। ଏହାକୁ ୨୪ ଘଣ୍ଟା ବି ପୁରିନି ଆଉ ଦେଶ ଜାଣିବାକୁ ପାଇଲା, ବ୍ୟାଙ୍କ ଅଫ୍ ବରୋଦା ବୈଷୟିକ କାରଣ ଯୋଗୁ ନିଲାମ ବିଜ୍ଞପ୍ତି ପ୍ରତ୍ୟାହାର କରିନେଇଛି। ସେ କହିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି ଯେ ଏହାକୁ ପ୍ରତ୍ୟାହାର କରିବା ପାଇଁ ‘ବୈଷୟିକ କାରଣ’ ଦର୍ଶାଇବାକୁ କିଏ ଉସୁକାଇଛି ?

 

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories