www.samajalive.in
Sunday, December 14, 2025
26.1 C
Bhubaneswar

୫-ଟି ସଚିବଙ୍କ ଚିଠିପରେ ଲାଞ୍ଜିଗଡ ଅଞ୍ଚଳବାସୀଙ୍କ ଜରୁରୀ ବୈଠକ

ଲାଞ୍ଜିଗଡ : ଲାଞ୍ଜିଗଡ ହାଇସ୍କୁଲ୍ ଖେଳ ପଡିଆ ଠାରେ ଲାଞ୍ଜିଗଡ଼ ସରପଞ୍ଚଙ୍କ ଆହ୍ବାନ କ୍ରମେ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇା‌ଛି । ଏହି ବୈଠକରେ ୧୩ ଗୋଟି ପଞ୍ଚାୟତର ପ୍ରତିନିଧି ଏବଂ ଜନସାଧରଣ ଉପସ୍ଥିତ ଥିଲେ । ଲାଞ୍ଜିଗଡ ସରପଞ୍ଚ ଶ୍ରୀମତୀ ସରସ୍ଵତୀ ମୁଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଲାଞ୍ଜିଗଡ଼ ଠାରେ ହେବାକୁ ଥିବା ଲାଞ୍ଜିଗଡ ଜେଏମଏଫସି କୋର୍ଟ, ଲାଞ୍ଜିଗଡ ଅତିରିକ୍ତ ତହସିଲ କାର୍ଯ୍ୟାଳୟ, ଲାଞ୍ଜିଗଡ ସବ ଟ୍ରେଜେରୀ କାର୍ଯ୍ୟାଳୟ, ଲାଞ୍ଜିଗଡ ଆଇଟିଆଇ, ରାସ୍ତାଘାଟ, ଶିକ୍ଷା ତଥା ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକର ଅଭିଯୋଗ ପତ୍ର  ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଦିଆଯାଇଥିଲା। ଜିଲ୍ଲାପାଳଙ୍କ ଜରିଆରେ ଲାଞ୍ଜିଗଡ ସରପଞ୍ଚଙ୍କ ନିକଟରେ ଏକ ଚିଠି ଆସି ପହଞ୍ଚିଥିଲା। ଏହି ଚିଠି ପାଇଲାପରେ ସରପଞ୍ଚ ନିଷ୍ପତି ନେଇ ଏହି ବୈଠକ ଡକାଇଥିଲେ। ଏହି ବୈଠକରେ ଲାଞ୍ଜିଗଡକୁ ଅବହେଳା କରାଯାଉଥିବାରୁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରୁଥିଲେ। ପୂର୍ବରୁ ଲାଞ୍ଜିଗଡରେ ଥିବା ଅବକାରୀ ବିଭାଗ ଓ ଏମ୍ପ୍ଲୋୟମେଣ୍ଟ କାର୍ଯ୍ୟାଳୟ ମଧ୍ୟ ଛାଡ଼ିନାହାନ୍ତି ଲାଞ୍ଜିଗଡରୁ ଉଠାଇନେଇଛନ୍ତି। ଏଭଳି ଅନେକ ସରକାରୀ କାର୍ଯ୍ୟାଳୟ ଗୁଡିକ ଲାଞ୍ଜିଗଡର ନାମରେ ଥିଲେ ମଧ୍ୟ ଲାଞ୍ଜିଗଡରେ କୌଣସି କାର୍ଯ୍ୟାଳୟ ନାହିଁ। ଏପରି ଅନେକ ବିଷୟ ଉପରେ ଆଲୋଚନା ହେଲା ଏବଂ ଆଗାମୀ ୭ ଦିନ ଭିତରେ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ମାଧ୍ୟମରେ ଏକ କମିଟି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପାଇଁ ବୈଠକରେ ନିଷ୍ପତି ହେଇଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories