www.samajalive.in
Saturday, December 6, 2025
26.1 C
Bhubaneswar

ବିପଦପୂର୍ଣ୍ଣ ଯାତାୟତ, ୨୦ଦିନ ହେଲା ରାସ୍ତାରୁ ହଟୁନି ଗଛ

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଲକର ଡ଼େଙ୍ଗାପଦରଠାରୁ ଲାଇନପଡ଼ାକୁ ସଂଯୋଗ କରୁଥିବା ରାସ୍ତାର ଲଦା ଗ୍ରାମର ଘାଟିରେ ଏକ ବିରାଟ ଗଛ ପଡ଼ିଥିବା ଯୋଗୁଁ ଲୋକେ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ଦିନରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଗଛଟି ଟଳି ପଡ଼ିଥିବା ବେଳେ ଖବର ପାଇଁ ଟିକାବାଲି ଦମକଳ ବାହିନୀ ପହଞ୍ଚି ଗୋଟିଏ ବଡ଼ ଡାଳ କେବଳ କାଟି ଦେଇଥିଲେ। କାଟିବା ପରେ ସେହି ରାସ୍ତାରେ କେବଳ ସାଇକେଲ କିମ୍ବା ମଟରସାଇକେଲ ଯାତାୟତ ସମ୍ଭବ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ୪ ଚକିଆ ଯାନ ଯାତାୟତ ସମ୍ଭବ ହେଉନାହିଁ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇତି ମଧ୍ୟରେ ପ୍ରାୟ ୨୦ ଦିନରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଉକ୍ତ ଗଛକୁ ରାସ୍ତାରୁ ହଟାଇବାକୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ। ବାଧ୍ୟ ହୋଇ ଲୋକେ ଶୋଇକି ଥିବା ଗଛତଳେ ଯାତାୟତ କରୁଛନ୍ତି। କେତେବେଳେ କଣ ଅଘଟଣ ଘଟିବ ତାହା କହି ହେବନାହିଁ। ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବେଳେ ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରାସ୍ତା ଉପରେ ଦୁଇ ପଂଚାୟତବାସୀ ସଂପୂର୍ଣ୍ଣଭାବେ ନିର୍ଭର କରୁଥିବା ବେଳେ ଏ ଦିଗରେ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟିଦେଇ ରାସ୍ତାରେ ପଡ଼ିଥିବା ଗଛକୁ ହଟାଇବାକୁ ଦାବି ହୋଇଛି। ଅନ୍ୟଥା ଏହାକୁ ନେଇ କେତେବେଳେ ମଧ୍ୟ ଆନ୍ଦୋଳନ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରେନା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories