www.samajalive.in
Wednesday, December 10, 2025
14.1 C
Bhubaneswar

ଆଇନ ସଚେତନତା ଶିବିର ଅନୁଷ୍ଠିତ

ଫୁଲବାଣୀ:ଆଜି ଫୁଲବାଣୀ ବ୍ଳକ ଅନ୍ତର୍ଗତ ଦିନାରସିଙ୍ଗ ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟ ବଇଡାରେ ଜିଲା ଆଇନସେବା ପ୍ରାଧିକରଣ ଫୁଲବାଣୀର ଅଧ୍ୟକ୍ଷଙ୍କ ସତ୍ୟପୀର ମିଶ୍ରଙ୍କ ନିର୍ଦେଶକ୍ରମେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲା ଆଇନସେବା ପ୍ରାଧିକରଣ ସଚିବ ଅନୁଶୀଳା ରଏ, ଉପ-ଅାରକ୍ଷୀ ଆଧିକ୍ଷକ କମଳକାନ୍ତ ପଣ୍ଡା, ମୁଖ୍ୟ ଲିଗାଲ ଏଡ ଡ଼ିଫେନ୍ସ କାଉନ୍ସେଲ ଜୟନ୍ତୀ ପାଣୀଗ୍ରାହୀ, ବରିଷ୍ଠ ଆଇନଜିବୀ ନନ୍ଦିତା କୁମାରୀ, ସାଲୁଙ୍କି ଅନୁଷ୍ଠାନର ସମ୍ପାଦକ ଅଶୋକ କୁମାର ପ୍ରଧାନ ଏବଂ ଦିନାରସିଙ୍ଗ ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଲାଲ ନାୟକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପୋକସୋ ଆଇନ, ଜୁଭେନାଇଲ ଜଷ୍ଟିସ ଆଇନ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ସମ୍ପର୍କରେ ଆଲୋଚନା କରଯାଇଥିଲା। ଦିନାରସିଙ୍ଗ ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଛାତ୍ର ଓ ଛାତ୍ରୀମାନେ ଉକ୍ତ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories