www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ଲକ ସ୍ତରୀୟ ମନେରଗା ସାମାଜିକ ସମୀକ୍ଷା ଜନ ଶୁଣାଣି

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସମିତି କାର୍ଯ୍ୟାଳୟ ପରିସର ସଦଭାବନା ଗୃହ ଠାରେ ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ବ୍ଲକ ସ୍ତରୀୟ  ସାମାଜିକ ସମୀକ୍ଷାର  ଆର୍ଥିକ ବର୍ଷ- ୨୦୨୨ ଅକ୍ଟୋବର ୧ ଠାରୁ ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜନ ଶୁଣାଣି ଅନୁଷ୍ଠିତ  ହୋଇଯାଇଛି।  ଉପଜିଲ୍ଲାପାଳ ଭୀମସେନ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଶୁଣାଣିରେ ବିଡ଼ିଓ ସୁନୀଲ ଖରା, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ଏପିଓ ମାର୍ଶଲ ପ୍ରଧାନ ମଞ୍ଚାସୀନ ରହିଥିଲେ । ୨୦୨୨ ମସିହା ଅକ୍ଟୋବର ୧ତାରିଖ ଠାରୁ ୨୦୨୩  ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବ୍ଲକର ୧୪ଟି ପଞ୍ଚାୟତରେ କରାଯାଇଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ମମତା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ପଞ୍ଚଦଶ ଅର୍ଥ କମିଶନର ଏକ ବର୍ଷ ମଧ୍ୟରେ କରାଯାଇଥିବା କେଉଁ କେଉଁ ସ୍ଥାନରେ କାର୍ଯ୍ୟ କରାଯାଇଛି, ତାର ଆୟ-ବ୍ୟୟ, ବଳକା ଟଙ୍କା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଶୁଣାଣି ହୋଇଥିଲା। ଏଥିରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ପଞ୍ଚାୟତ ଅଧିକାରୀ ,ଗ୍ରାମ ରୋଜଗାର ସେବକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାକୁ ଶିବିରକୁ ଏପିଓ ମାର୍ଶାଲ ପ୍ରଧାନ ପରିଚାଳନା ଓ ଶେଷରେ ଧନ୍ୟବାଦ ଦେଇଥିଲେ। ଏଥିରେ ଉଦ୍ୟାନ, ଜଳଛାୟା ମିଶନ, ବନବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories