www.samajalive.in
Sunday, December 7, 2025
23.1 C
Bhubaneswar

ସତ୍ୟବାଦୀରେ ୫-ଟି ସଚିବଙ୍କ ଉପରକୁ କାଳିମାଡ

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀ ଗସ୍ତରେ ଥିବା ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଉପରକୁ ଶନିବାର କାଳିମାଡ ହୋଇଛି । ଏହି ଘଟଣାରେ ଜଣେ ଯୁବକଙ୍କୁ ପୁଲିସ ଉଠାଇ ନେଇଛି । ଲୋକଙ୍କ ଠାରୁ ୫-ଟି ସଚିବ ଦାବି ପତ୍ର ଗ୍ରହଣ କରୁଥିବା ବେଳେ ଜଣେ ଯୁବକ ତାଙ୍କ ମୁହଁକୁ କାଳି ଫିଙ୍ଗିଥିଲେ । ୫- ଟି ସଚିବ ଏବଂ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁ ସମେତ ଦେହରେ କାଳି ପଡ଼ିଛି। କାଳିମାଡ କରିଥିବା ଯୁବକ ଜଣେ ରାଜନୈତିକ ଦଳର କର୍ମୀ ଭାସ୍କର ସାହୁ ବୋଲି ପୁଲିସ ସୂଚନା ଦେଇଛନ୍ତି । ପୁଲିସ ସୁରକ୍ଷା ବଳୟ ଭେଦକରି କାଳି ମାଡ଼ ପାଇଁ ଯୁବକ ଭିତରେ ପ୍ରବେଶ କରିଥିଲେ। କାଳି ମାଡ଼ ସତ୍ତ୍ୱେ ସଭାରେ ୫ ଟି ସଚିବ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହାସହ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ବାମ ଆଖି ରେ କାଳି ପଡିଥିବା ଜଣାପଡିଛି।
ସୂଚନାନୁଯାୟୀ, କାକଟପୁର ଏବଂ ନିମାପଡ଼ାରେ କାର୍ଯ୍ୟକ୍ରମ ଶେଷ କରି ଦିନ ୨ଟା ୧୦ରେ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲେ ୫ ଟି ସଚିବ। ମହିଳାଙ୍କ ଠାରୁ ଦାବିପତ୍ର ଗ୍ରହଣ କରୁଥିବା ବେଳେ ଜଣେ ଯୁବକ ତାଙ୍କ ମୁହଁକୁ କାଳି ଫିଙ୍ଗି ଥିଲେ। କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଆଶିଷ କୁମାର ସିଂହ ଏବଂ ଆରକ୍ଷୀ ଅଧିକ୍ଷକ କନୱର ବିଶାଳ ସିଂହ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଜେଡି କର୍ମୀ ଓ ପୋଲିସ ମାଡରେ କାଳି ମାଡ଼ କରିଥିବା ଯୁବକ ଭାସ୍କର ସାହୁ ଗୁରୁତର ହୋଇପଡିଛି। ତେବେ
୫-ଟି ସଚିବଙ୍କ ସୁରକ୍ଷାରେ ଚରମ ଅବହେଳା, ଦାୟିତ୍ବରେ ଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ବୋଲି ସୂଚନା ମିଳିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories