www.samajalive.in
Saturday, December 13, 2025
26.1 C
Bhubaneswar

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝରଗଡ : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଓଡିଶା ଆହ୍ୱାନ କ୍ରମେ ୨ଦଫା ଦାବିରେ ସମଗ୍ର ରାଜ୍ୟରେ ଶୁକ୍ରବାର ଠାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି କ୍ରମରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କେନ୍ଦୁଝର ଜିଲା ଶାଖା ପକ୍ଷରୁ ଶୁକ୍ରବାର ଠାରୁ ଜିଲାର ସମସ୍ତ ୧୩ଟି ବ୍ଲକ ଅଧିନ ୨୯୭ଟି ପଞ୍ଚାୟତରେ କାର୍ଯ୍ୟରତ ୧୮୦ରୁ ଅଧିକ  ପଞ୍ଚାୟତ ନିର୍ବାହୀ ଅଧିକାରୀ ସମୂହ ଛୁଟିରେ ରହି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ସାମିଲ ହୋଇଛନ୍ତି । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ପରିବର୍ତ୍ତେ ଯୁକ୍ତ ୩ କରାଯିବା ସହ ଲେଭେଲ-୫ରୁ ଲେଭେଲ-୯କୁ ଦରମା ବୃଦ୍ଧି ଏବଂ ୧୦ବର୍ଷ ଚାକିରି ପୂରଣ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରି ଜିପିଡିଓ ଭାବେ ଶତପ୍ରତିଶତ ପଦୋନ୍ନତି ସହ ପିଇଓ ମାନଙ୍କୁ ମଧ୍ୟ ଓଆରଏସ୍‌‌ କ୍ୟାଡରରେ ଅର୍ନ୍ତଭୁକ୍ତ କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇ ଆସୁଛି । ଏହି ଦାବି ପୁରଣ ନେଇ ପିଇଓ ମାନେ ଚଳିତମାସ ୭ରୁ ୧୬ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍‌‌ ପିନ୍ଧି ନିଜ ନିଜ ଦାୟିତ୍ୱ ସମ୍ପାଦନ କରି ଆସୁଥିଲେ ହେଁ ଏଥିପ୍ରତି ସରକାର ଗୁରୁତ୍ୱ ପ୍ରଦାନ ନକରିବାରୁ ବାଧ୍ୟ ହୋଇ ଶୁକ୍ରବାର ଠାରୁ ଦାବି ପୁରଣ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କେନ୍ଦୁଝର ଶାଖାର ଭାରପ୍ରାପ୍ତ ସଭାପତି ପ୍ରଶାନ୍ତ ରାଉତ, କାର୍ଯ୍ୟକାରୀ ସଭାପତି ବ୍ରହ୍ମାନନ୍ଦ ବାରିକ, ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବାରିକ, କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ନନ୍ଦ, ଯୁଗ୍ମସମ୍ପାଦକ ରଣଜିତ ମହାନ୍ତ, ସଞ୍ଜୟ ମହାନ୍ତ ଓ ପ୍ରତାପ ଚନ୍ଦ୍ର ମହାନ୍ତ ପ୍ରମୁଖ ଏହା କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories