ଭୁବନେଶ୍ବର: ଗତ ତା ୧୭।୮।୨୦୨୩ ରିଖ ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ବାରା ପରିଚାଳିତ ଏକ ଶିବିର ସ୍ଥାନୀୟ ବେଗୁନିଆ ବ୍ଲକ ସ୍ଥିତ ମା’ ବାର ମୁଲେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ୧୯ ଜଣ ଶ୍ରମିକମାନଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୩୮,୦୦,୦୦ ଓ ୧୯ ଜଣ ଶ୍ରମିକଙ୍କୁ ଅନ୍ତେଷ୍ଟିକ୍ରୀୟ। ସହାୟତା ବାବଦରେ ୯୫,୦୦୦ ଟଙ୍କା, ବିବାହ କାଳୀନ ସହାୟତା ବାବଦରେ ୩୦ ଜଣ ଙ୍କୁ ୧୪,୨୫,୦୦୦- ଟଙ୍କା ସହାୟତା ରାଶି, ପ୍ରସବ କାଳୀନ ସହାୟତ ବାବଦରେ ୨ଜଣ ଶ୍ରମିକଙ୍କୁ ୨୦,୦୦୦ଟଙ୍କା, ଶିକ୍ଷା ସହାୟତା ବାବଦରେ ୫୪ଜଣଙ୍କୁ ୨,୨୨,୪୦୦/-ଟଙ୍କା ସର୍ବମୋଟ ୧୨୪ ଜଣଙ୍କୁ ୫୫,୬୨,୪୦୦ /-ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ଶିବିରରେ ୨୭୨ ଜଣ ନୂତନ ଭାବେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ ପତ୍ର ବଣ୍ଟନ କରାଯାଇଥିଲା।
ଏହି ଶିବିରରେ ବିଧାୟକ, ବେଗୁନିଆ ଓ ବୋଲଗଡ଼, ରାଜେନ୍ଦ୍ର ସାହୁ, ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା, ଶ୍ରୀମୟୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରଙ୍କର ଏହି ଯୋଜନାରେ ଆହୁରି ଅଧିକରୁ ଅଧିକ ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଅବଲୋକ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ, ବିଡ଼ିଓ, ସରପଞ୍ଚ ତଥା ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ। ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର ଏହାକୁ ପରିଚାଳନା କରିଥିବାବେଳେ ସହକାରୀ ଶ୍ରମ ଅଧିକାରୀ ବିକାଶ ନାୟକ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ। ସହକାରୀ ଶ୍ରମ ଅଧିକାରୀ ମୋନାଲିସା ଜେନା ଏବଂ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତ ସହିତ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଯୋଗଦେଇ ଥିଲେ। ପରିଶେଷରେ ସହକାରୀ ଶ୍ରମ ଅଧିକାରୀ, ପ୍ରଜ୍ଞା ପରମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।



