ବୌଦ୍ଧ: କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧ ପରିସରରେ ରୁଟ୍ ଟୁ ରୁଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ବିନିମୟ ସହନଶୀଳତା ଓ ଶାନ୍ତି ସ୍ଥାପନରେ ସହାୟକ, ଏହି କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ। ଏହି କାର୍ଯ୍ୟକ୍ରମରେ କଥକ ନୃତ୍ୟଶିଳ୍ପୀ ଅଖିଲେଶ ପଟେଲ କଥକ ନୃତ୍ୟ ପରିବେଷଣ କରିଥିଲେ ଏବଂ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ବିଶାରଦ ବିକାଶ କୁମାର ଶାସ୍ତ୍ରୀୟ ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରାୟ ଆଠାଶହ ଛାତ୍ରଛାତ୍ରୀ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଆମ ଭାରତର ସଂସ୍କୃତି ବିଷୟରେ ଜ୍ଞାନ ବର୍ଦ୍ଧନ ହେବା ସହିତ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହେବ ବୋଲି ବିଦ୍ୟାଳୟର ପ୍ରାଚାର୍ଯ୍ୟ ରାଜଲକ୍ଷ୍ମୀ ବିଶ୍ବାଳ ମତବ୍ୟକ୍ତ କରିଛନ୍ତି।
Popular Categories



