www.samajalive.in
Friday, December 12, 2025
15.1 C
Bhubaneswar

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୧୨୮ ତମ ବୈଠକ

ଭୁବନେଶ୍ୱର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶାର ୧୨୮ ତମ ବୈଠକ ମୁଖ୍ୟ ଶାସନ ସଚିବ ତଥା ବୋର୍ଡର ଅଧ୍ୟକ୍ଷଙ୍କ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତ ଫେବୃଆରୀ ୧୩ ତାରିଖରେ ଅନୁଷ୍ଠିତ ବୋର୍ଡର ନିଷ୍ପତ୍ତି କାର୍ୟ୍ୟକାରିତା ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ବୋର୍ଡର ଆୟ ବ୍ୟୟର ହିସାବ ଉପସ୍ଥାପନ କରାଯାଇଥିଲା। ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ପରିଚାଳନା ସଂପର୍କରେ ରାଜ୍ୟ ପ୍ରଦୂଷଣ ବୋର୍ଡ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବୋର୍ଡର ସଦସ୍ୟ ସଚିବ ଡଃ. କେ. ମୁରୁଗେସନ ଉପସ୍ଥାପନ କରିଥିଲେ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖାଦେଉଥିବା ବିଭିନ୍ନ ପ୍ରକାର ପ୍ରଦୂଷଣ ଓ ସେସବୁର ନିରାକରଣ ପାଇଁ କେଉଁ କେଉଁ ପ୍ରସଙ୍ଗରେ କି କି ଆବଶ୍ୟକ ତଥ୍ୟ ଭିତ୍ତିକ ଗବେଷଣାର ଆବଶ୍ୟକତା ରହିଛି ସେ ସଂପର୍କରେ ପଦକ୍ଷେପ ନେବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।

ବିଭିନ୍ନ ଶିଳ୍ପ କାରଖାନାରୁ ହେଉଥିବା ପ୍ରଦୂଷଣ, ବର୍ଜ୍ୟବସ୍ତୁ ଓ ମ୍ୟୁନିସିପାଲିଟି ବର୍ଜ୍ୟବସ୍ତୁ ଜନିତ ପ୍ରଦୂଷଣକୁ ଦୂର କରିବା ପାର୍ଇ ବିଭିନ୍ନ କମ୍ପାନୀମାନଙ୍କ ଦ୍ୱାରା ଯେଉଁସବୁ ପ୍ରଦୂଷଣ ନିୟନ୍ତ୍ରଣକାରୀ ଆଧୁନିକ ଯନ୍ତ୍ରପାତି ଉତ୍ପାଦନ ଓ ବ୍ୟବହାର କରାଯାଉଛି, ସେସବୁର ଏକ କର୍ମଶାଳା ଓ ପ୍ରଦର୍ଶନର ଆୟୋଜନ କରାଯିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଆଗକୁ ପିକନିକ୍ ଋତୁ ଆସୁଥିବାରୁ ପଲିଥିନ୍ ଆଦିର ବ୍ୟବହାର ନିୟନ୍ତ୍ରଣ ଓ ବର୍ଜ୍ୟବସ୍ତୁ ପରିଚାଳନା କରି ପରିବେଶ ପ୍ରଦୂଷଣ ରୋକିବା ଦିଗରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନର ସହଯୋଗ ପାଇଁ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡକୁ ପୂର୍ବରୁ ବିଭିନ୍ନ ଯୋଜନା ପ୍ରସ୍ତୁତି ଓ ସଚେତନତା କାର୍ୟ୍ୟକ୍ରମ କରିବାକୁ ସେ ପରାମର୍ଶ ଦେଇଥିଲେ।

- Advertisement -

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ଶ୍ରମ କମିଶନର ଶ୍ରୀ ଏନ୍.ଥିରୁମାଲା ନାୟକ, ନିର୍ବାହୀ ଅଧିକାରୀ, ପାରାଦ୍ୱୀପ ମ୍ୟୁନିସିପାଲିଟି ପ୍ରମୁଖ ବୋର୍ଡର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories