www.samajalive.in
Friday, December 12, 2025
15.1 C
Bhubaneswar

ଏଣିକି ଜାଣିହେବ ସମ୍ଭାବ୍ୟ ବନ୍ୟା ସୂଚନା, ମୋବାଇଲ ଆପ ‘ଫ୍ଲଡୱାଚ’ ଲୋକାର୍ପିତ

ଡେସ୍କ: ସାରା ଦେଶରେ ସମ୍ଭାବ୍ୟ ବନ୍ୟା ଉପରେ ଦୃଷ୍ଟି ରଖିବା ଲାଗି ଏକ ନୂଆ ମୋବାଇଲ ଆପ ଲୋକାର୍ପଣ କରାଯାଇଛି। ଏହି ମୋବାଇଲ ଆପ ହେଉଛି ‘ଫ୍ଲଡୱାଚ’ (FloodWatch)। ଏହି ମୋବାଇଲ ଆପ ମାଧ୍ୟମରେ ବନ୍ୟାର ବାସ୍ତବ ସ୍ଥିତି ଏବଂ ପରବର୍ତ୍ତୀ ୭ ଦିନ ପର୍ଯ୍ୟନ୍ତ ସମ୍ଭାବ୍ୟ ଫଳାଫଳର ସୂଚନା ମିଳିପାରିବ। କେନ୍ଦ୍ରୀୟ ଜଳ ଆୟୋଗର ଅଧ୍ୟକ୍ଷ କୁଶବିନ୍ଦର ବୋହରା ଆଜି ନୂଆଦିଲ୍ଲୀରେ ଏହି ଆପର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଶ୍ରୀ ବୋହରା କହିଛନ୍ତି ଯେ ଏହି ଆପ ମାଧ୍ୟମରେ ସମ୍ଭାବିତ ବନ୍ୟା ସମ୍ପର୍କରେ ସଠିକ ସୂଚନା ମିଳିପାରିବ। ଏଥିରେ ଉପଗ୍ରହରୁ ମିଳୁଥିବା ସୂଚନା ଓ ବାସ୍ତବ ସ୍ଥିତିକୁ ଆଧୁନିକ ଜ୍ଞାନକୌଶଳ ସହାୟତାରେ ବିଶ୍ଳେଷଣ କରାଯାଇ ସୂଚନା ଦିଆଯିବ। ଏହାଦ୍ୱାରା ବନ୍ୟା ଦ୍ୱାରା ହେଉଥିବା ବିତ୍ପାତ କମ କରାଯାଇ ପାରିବ।

- Advertisement -

ଆପଣମାନେ ଏହି ଲିଙ୍କରେ କ୍ଲିକ କରି ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ https://play.google.com/store/apps/details?id=in.gov.affcwc

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories