www.samajalive.in
Sunday, December 14, 2025
19.1 C
Bhubaneswar

ଜଳପ୍ରପାତରୁ ଉଦ୍ଧାର ହେଲେ ଭାସିଯାଉଥିବା ତିନି ପର୍ଯ୍ୟଟକ

ଫୁଲବାଣୀ : କନ୍ଧମାଳ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବର୍ଷ ତମାମ୍ ପର୍ଯ୍ୟଟକ ମାନେ ଆସିଥାନ୍ତି। ଏଭଳି ସ୍ଥଳେ ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଡ଼ଡ଼ିବାଡ଼ା ଜଳ ପ୍ରପାତକୁ ମଙ୍ଗଳବାର ପଶ୍ଚିମବଙ୍ଗର ୪ ଜଣ ପର୍ଯ୍ୟଟକ ଭ୍ରମଣରେ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ୨ ଜଣ ମହିଳା ଥିଲେ। ତେବେ କୌଣସି ପ୍ରକାର ଅସାବଧାନତା ଯୋଗୁଁ ୪ ଜଣ ପର୍ଯ୍ୟଟକ ମାନଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ଜଣେ ମହିଳାଙ୍କ ଗୋଡ଼ ଖସିଯିବାରୁ ସେମାନେ ଜଳରେ ଭାସିଯାଇଥିଲେ। ସେହି ସମୟରେ କନ୍ଧମାଳ ଜିଲା ସବୁଜବୈଦ ସଂଗଠନର ସଂପାଦକ ଓ ସମସ୍ତ କର୍ମଚାରୀ ମାନେ ସ୍ୱାଧୀନତା ଦିବସ ଅବସରରେ ଉକ୍ତ ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ ପାଇଁ ଯାଇଥିବା ତୁରନ୍ତ ଜଳ ପ୍ରପାତ ମଧ୍ୟକୁ ତିନିଜଣ କର୍ମଚାରୀ ପ୍ରବେଶ କରି ପର୍ଯ୍ୟଟକ ମାନଙ୍କୁ ଉଦ୍ଧାର ପାଇଁ ସମସ୍ତ ପ୍ରକାର ଉଦ୍ୟମ କରି ଶେଷରେ ସଫଳ ହୋଇଥିଲେ। ପ୍ରାୟ ୨ ଘଂଟା ଅକ୍ଳାନ୍ତ ପରିଶ୍ରମ ପରେ ପର୍ଯ୍ୟଟକ ମାନେ ସୁରକ୍ଷିତ ଭାବେ ବାହାକୁ ବାହାରିଥିବାର ଜଣାଯାଇଛି। ସବୁଜ ବୈଦ ସଂଘର କର୍ମଚାରୀ ମାନଙ୍କ ଯୋଗୁଁ ସେମାନେ ପୁଣି ଥରେ ଜୀବନ ଫେରି ପାଇଥିବାରୁ ପଶ୍ଚିମବଙ୍ଗର ପର୍ଯ୍ୟଟକ ସୁଜନ ମୁଖାର୍ଜୀ ଏବଂ ଅଭିଜିତ୍ ମୁଖାର୍ଜୀ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ। ପର୍ଯ୍ୟଟକ ମାନଙ୍କର ଘର ପଶ୍ଚିମବଙ୍ଗର ସିଲିଗୁଡ଼ି ବୋଲି ପ୍ରକାଶ କରିଛନ୍ତି। ତେବେ ଗତ ୨ ଦିନ ହେଲା ଦାରିଙ୍ଗବାଡ଼ିରେ ରହିବା ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରୁଥିଲେ। ବର୍ଷା ଯୋଗୁଁ ଜଳପ୍ରଭାତରେ ବହୁ ମାତ୍ରରେ ଜଳସ୍ତର ବୃଦ୍ଧି ପାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories