www.samajalive.in
Monday, December 15, 2025
16.1 C
Bhubaneswar

ଅଦାଲତରେ ମହିଳାଙ୍କ ପ୍ରତି ବ୍ୟବହୃତ ରୂଢ଼ିବାଦୀ ଶବ୍ଦ ହଟିବ

ନୂଆଦିଲ୍ଲୀ : ମହିଳାଙ୍କ ସମ୍ମାନ ରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମହିଳାଙ୍କ ପ୍ରତି ପ୍ରୟୋଗ ହେଉଥିବା କେତେକ ରୂଢ଼ିବାଦୀ ଶବ୍ଦ ବ୍ୟବହାର ନ କରିବାକୁ ବିଚାରପତି ଓ ଆଇନଜୀବୀମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼। ଅଦାଲତରେ ପ୍ରଚଳିତ କେତେକ ଭାଷା ବ୍ୟବହାର ନ କରିବା ପାଇଁ ପ୍ରଧାନ ବିଚାରପତି କେତେକ ଶବ୍ଦାବଳୀ ସହ ଏକ ପୁସ୍ତିକା ଜାରି କରିଛନ୍ତି। ଲିଙ୍ଗଗତ ଭେଦଭାବ ଦୂର କରିବା ପାଇଁ ଉଦ୍ଦିଷ୍ଟ ପ୍ରଧାନ ବିଚାରପତିଙ୍କ ‘ହ୍ୟାଣ୍ଡବୁକ୍‌ ଅନ୍‌ କମ୍ବ୍ୟାଟିଂ ଜେଣ୍ଡର ଷ୍ଟିରିଓଟାଇପ୍ସ’ ଶୀର୍ଷକ ପୁସ୍ତିକାରେ ମହିଳାଙ୍କ ପ୍ରତି ବ୍ୟବହୃତ ‘କଙ୍କୁମ୍ବାଇନ୍‌’, ‘ପ୍ରଷ୍ଟିଚ୍ୟୁଟ୍‌’, ‘ହୁକର’, ‘ମିଷ୍ଟ୍ରେସ୍‌’, ‘ସ୍ଲଟ୍‌’ ଆଦି ଭଳି ପ୍ରାୟ ୪୦ଟି ଶବ୍ଦକୁ ବାଦ୍‌ ଦେବାକୁ ସେ ପରାମର୍ଶ ଦେବା ଏହାର ବିକଳ୍ପ ଶବ୍ଦ ଓ ପ୍ରତିଶବ୍ଦ ଉଲ୍ଲେଖ କରିଛନ୍ତି। ଏହାକୁ ସର୍ବୋଚ୍ଚ ନ୍ୟାୟାଳୟ ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯାଇଛି। ଏଭଳି ପୁସ୍ତିକା ପ୍ରକାଶନ ସମ୍ପର୍କରେ ପ୍ରଧାନ ବିଚାରପତି ଗତ ମାର୍ଚ୍ଚରେ ସୂଚନା ଦେଇଥିଲେ।
ଅଦାଲତରେ ଓ ଅତୀତର ବିଭିନ୍ନ ରାୟରେ ମହିଳାଙ୍କ ପ୍ରତି ବ୍ୟବହୃତ ଅନେକ ଶବ୍ଦ ଆଇନଗତ ଦୃଷ୍ଟିରୁ ଠିକ୍‌ ଲାଗୁଥିଲେ ମଧ୍ୟ କଠୋର, ଅପମାନଜନକ ଓ ଅନୁପଯୁକ୍ତ। ବିଚାରପତି ଓ ଆଇନଜୀବୀମାନେ ହୁଏତ ଲିଙ୍ଗଗତ ଧାରଣା ଦୃଷ୍ଟିରୁ ଅଜାଣତରେ ଏଭଳି ଶବ୍ଦ ବ୍ୟବହାର କରିଥାଇପାରନ୍ତି। ଏହାର ପ୍ରଭାବ କ୍ଷତିକାରକ ହୋଇପାରେ। ଲିଙ୍ଗଗତ ଧାରଣାକୁ ପ୍ରୋତ୍ସାହିତ କରୁଥିବା ଭାଷାର ବ୍ୟବହାର ମହିଳାଙ୍କ ମର୍ଯ୍ୟାଦା କ୍ଷୁଣ୍ଣ କରିଥାଏ; ତେଣୁ ଏହାର ବିକଳ୍ପ ବ୍ୟବହାର ହେବା ଉଚିତ ବୋଲି ପ୍ରଧାନ ବିଚାରପତି ମତ ଦେଇଛନ୍ତି। ଏହାର ଦୃଷ୍ଟାନ୍ତ ସ୍ବରୂପ ‘ହାଉସ୍‌ ୱାଇଫ୍‌’ ବଦଳରେ ‘ହୋମ୍‌ ମେକର’ ଲେଖିବାକୁ ଏଥିରେ ପରାମର୍ଶ ଦିଆଯାଇଛି। ଆଗକୁ ମହିଳାଙ୍କ ପ୍ରତି ଲିଙ୍ଗଗତ ବୈଷମ୍ୟ ଥିବା ଆହୁରି କେତେକ ଅପମାନଜନକ ଶବ୍ଦର ବିକଳ୍ପ ବାହାର କରାଯିବ ବୋଲି ୱେବ୍‌ସାଇଟ୍‌ରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସ୍ବାଧୀନତା ଦିବସ ଭାଷଣବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଅଦାଲତ ରାୟରେ ଆଞ୍ଚଳିକ ଭାଷା ବ୍ୟବହାରକୁ ପ୍ରୋତ୍ସାହନ ଦିଆଯାଉଥିବାରୁ ପ୍ରଶଂସା କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ୱେବ୍‌ସାଇଟ୍‌ରେ ୯୪୨୩ଟି ରାୟ ଆଞ୍ଚଳିକ ଭାଷାରେ ଉପସ୍ଥାପିତ ହୋଇଥିବା ପ୍ରକାଶ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories