www.samajalive.in
Wednesday, December 10, 2025
16.1 C
Bhubaneswar

ଜେଲ୍ ପରିସରରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ

କଣ୍ଟାବାଞ୍ଜି: ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ତରଫରୁ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କଣ୍ଟାବାଞ୍ଜି ସହଯୋଗରେ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା। କଣ୍ଟାବାଞ୍ଜି ସବଜେଲର ଜେଲର ବିକାଶଲତା ବାରୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସହରାଞ୍ଚଲ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କଣ୍ଟାବାଞ୍ଜିର ମେଡିକାଲ ଅଫିସର ଡ଼ାକ୍ତର ପଙ୍କଜ ସିଂହ, ସମ୍ମାନୀତ ଅତିଥି ଭାବେ ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ସଭାପତି ପ୍ରଭଜିତ ସିଂହ ସାଲୁଜା, ବିକାଶ ଶାଖାର ପ୍ରତିଷ୍ଠାତା ସଭାପତି ଆଜାଦ ବଂଶଲ୍ ଯୋଗ ଦେଇଥିଲେ। ଏଥିରେ ବିକାଶ ଶାଖା ପରାମର୍ଶଦାତା ଆଶିଷ ଖେତାନ, ପୂର୍ବ ସଭାପତି ଅର୍ପଣ ଜୈନ, ପୀୟୁଷ ଜିନ୍ଦଲ, ମନୀଷ ଜୈନ, ଆନନ୍ଦ ମୋଟେ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ସମସ୍ତ ଅନ୍ତେବାସୀଙ୍କ ରକ୍ତଚାପ, ମଧୁମେହ, ପରୀକ୍ଷା କରାଯାଇଥିଲା। ସମସ୍ତଙ୍କୁ ଡାକ୍ତର ପରାମର୍ଶ ସହ ମାଗଣା ଔଷଧ ମଧ୍ୟ ଦିଆଯାଇଥିଲା। ବିକାଶ ଶାଖା ତରଫରୁ ସମସ୍ତ ଅନ୍ତେବାସୀଙ୍କୁ ଫଳ, ବିସ୍କୁଟ, ତେଲ, ସାବୁନ, ତାଙ୍କ ଉପଯୋଗୀ ଜିନିଷ ବଣ୍ଟନ କରାଯାଇଥିଲା। ଏହା ସହ ଅନ୍ତେବାସୀ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ବିଜୟୀଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories