ତୁରେକେଲା: ୭୭ତମ ସ୍ୱାଧୀନତା ଦିବସ ଅବସରେ ବଲାଙ୍ଗୀର ଜିଲ୍ଲା ଉପାନ୍ତ ବ୍ଲକ ତୁରେକେଲା ହେଡ଼ କ୍ଵାଟର ଠାରେ ପଂଚାୟତ ସମିତି ଡିଗ୍ରୀ କଲେଜର ନୂତନ ଶ୍ରେଣୀ ଗୃହ ସାଂସଦ ନିରଞ୍ଜନ ବିଶିଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ପୂର୍ବତନ ବିଧାୟକ ହାଜି ମହମଦ ଆୟୁଵ ଖାନ୍ ଓ ବର୍ତମାନ ଜିଲ୍ଲାପରିଷଦ ସଭ୍ୟ କୌଶିକ ମେହେର ପ୍ରଚେଷ୍ଟାରେ ୨୦୧୮ରେ ତୁରେକେଲାରେ ଡିଗ୍ରୀ କଲେଜ ସ୍ଥାପନ କରାଯାଇଥିଲା। ଏହି ଡିଗ୍ରୀ କଲେଜ ନିଜର କୌଣସି କୋଠା ନ ଥିବାରୁ ଏହା ଗତ ୫ ବର୍ଷ ହେବ +୨ କଲେଜରେ ସ୍ଥାପିତ ହୋଇ ପାଠ ପଢା ଚାଲୁଥିଲା। ବର୍ତମାନ ତୁରେକେଲା ଡିଗ୍ରୀ କଲେଜ ନିଜସ୍ୱ କୋଠା ନିର୍ମାଣ ହୋଇଯାଇଛି। ସ୍ୱାଧୀନତା ଦିବସ ଅବସରେ ତୁରେକେଲା ଡିଗ୍ରୀ କଲେଜ ନୂତନ କୋଠାର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟସଭା ସାଂସଦ ନିରଂଜନ ଵିଶି ମହାବିଦ୍ୟାଳୟ କୋଠା ଉଦଘାଟନ କରି ଛାତ୍ର ଛାତ୍ରୀଙ୍କ ପାଠପଢା ପାଇଁ ସମର୍ପିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ତୁରେକେଲା ଡିଗ୍ରୀ କଲେଜ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଆୟୁଵ ଖାନ୍ ଓ ଜିଲ୍ଲାପରିଷଦ କୌଶିକ ମେହେର ଏହି କାର୍ଯ୍ୟକ୍ରମରେ ମଂଚାସୀନ ଥିଲେ।
Popular Categories



