ମାଛ ଗୋଟିକ ଦାମ ୫ଲକ୍ଷ ୩୩ହଜାର, କିଣିଲେ ବିଦେଶୀ କମ୍ପାନୀ

ଧାମରା:ମାଛ ଗୋଟିକର ଦାମ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମାଛ ଗୋଟିକ ଦାମ ୫ଲକ୍ଷ ୩୩ହଜାର ଟଙ୍କା। ଶୁଣିବାକୁ ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ସତ୍ୟ। ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫କିମି ଦୂର ଗଭୀର ସମୁଦ୍ର ମଧ୍ୟରୁ ମଣ୍ଟୁ ମଣ୍ଡଳ ନାମକ ଧୀବର ଏହି ବିରଳ ମାଟିଆ ତେଲି ମାଛ ଧରି ଥିବା ଜଣାପଡିଛି। ମାଛଟିର ଓଜନ ୨୬କିଲୋ ହୋଇଥିବା ବେଳେ କେଜି ପ୍ରତି ଏହି ମାଛକୁ ୨୦ହଜାର ୫୦୦ ଟଙ୍କାରେ ମୋଟ ୫ଲକ୍ଷ ୩୩ହଜାରେ ଟଙ୍କାରେ ନିଲାମ କରାଯାଇଛି।ଏହି ମାଛକୁ ଧାମରା ଚନ୍ଦିନୀପାଳ କଣ୍ଟାରେ ମସ୍ୟଜୀବୀ ଶଙ୍କର ଗିରି ନିଲାମ ନେଇଥିବା ବେଳେ ଏହାକୁ ବିଦେଶୀ କମ୍ପାନୀକୁ ବିକ୍ରୀ କରିଛନ୍ତି।

Comments are closed.