ଯାଜପୁର: ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରର ଜାତୀୟ ରାଜପଥ ୧୬ ଓଭର ବ୍ରିଜ ଉପରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କୁ ଚିହ୍ନଟ କରାଯାଇଛି ଏବଂ ଭଦ୍ରକ ଥାନା କାଉପୁର ଗ୍ରାମର ବିଭୁ ସିଂ (୨୮) ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ରତିକାନ୍ତ ବେହେରା ଗୁରୁତର ଭାବେ ଆହତ ହୋଇ ମଧୁବନ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି।
Popular Categories



