www.samajalive.in
Wednesday, December 10, 2025
18.1 C
Bhubaneswar

ମହିଳାଙ୍କୁ ଖାଇଦେଲା କୁମ୍ଭୀର

ଯାଜପୁର : ମହିଳାଙ୍କୁ ଟାଣିନେଇ କୁମ୍ଭୀର ଖାଇଦେଇଥିବା ସୂଚନା ମିଳିଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ବରୀ ବ୍ଲକ୍ ଅନ୍ତର୍ଗତ ପାଟପୁର ଠାରେ। ମୃତ ମହିଳା ଜଣଙ୍କ ହେଲେ ଅନାମ ଚରଣ ଜେନାଙ୍କ ପତ୍ନୀ ଜ୍ୟୋସ୍ନା ଜେନା। ଆଜି ସକାଳେ ମହିଳାଜଣକ ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିବାବେଳେ ତାଙ୍କୁ କୁମ୍ଭୀର ଟାଣିନେଇଥିଲା। ଏନେଇ ଗ୍ରାମବାସୀ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌କୁ ଖବର ଦେଇଥିଲେ । ଖୋଜାଖୋଜି କରିବା ପରେ ମହିଳାଙ୍କ ଖଣ୍ଡବିଖଣ୍ଡ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories