www.samajalive.in
Monday, December 15, 2025
26.1 C
Bhubaneswar

ଧରଣୀଧର ବିଶ୍ବବିଦ୍ୟାଳୟରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ, ସମ୍ବର୍ଦ୍ଧିିତ ହେଲେ ସହିଦ ପରିବାର

କେନ୍ଦୁଝରଗଡ: ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମ ସୃଷ୍ଟି ଲକ୍ଷ୍ୟରେ ଅଗଷ୍ଟ ୯ରୁ ୧୫ ତାରିଖ ସପ୍ତାହବ୍ୟାପୀ ପାଳନ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ସୋମବାର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ‘ମେରା ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧରଣୀଧର ବିଶ୍ୱବିଦ୍ୟାଳୟ ଓଏସ୍‍ଡି ପ୍ରଫେସର ପ୍ରତାପ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ‘ଭିଜନ-୨୦୪୭’କୁ ସଫଳ କରିବା ଲକ୍ଷ୍ୟରେ ହାତକୁ ନିଆଯାଇଥିବା ପଞ୍ଚପ୍ରାଣ ସଙ୍କଳ୍ପ ସମ୍ପର୍କରେ ଉପସ୍ଥିତ ଏନ୍‍ସିସି, ଏନଏସ୍‍ଏସ୍‍, ଏନୱାଇକେ ଓ ୟୁଥ୍‍ ରେଡକ୍ରସ୍‍ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ସହିଦ ହୋଇଥିବା ଜିଲାର ଘଟଗାଁ ବ୍ଲକ ମୁଦ୍ରାବେଡା ଗ୍ରାମର ସହିଦ ପ୍ରଦୀପ ଘଣାଙ୍କ ବାପା ଶ୍ରୀକାନ୍ତ ଘଣା ଏବଂ ହରିଚନ୍ଦନପୁର ବ୍ଲକ ଘଷଣାଟାଙ୍ଗର ଗ୍ରାମର ସହିଦ ବୀରବର ମହାନ୍ତଙ୍କ ବାପା ଅନାଦି ଚରଣ ମହାନ୍ତଙ୍କୁ ସ୍ୱତନ୍ତ୍ର ଭାବେ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିିତ କରାଯାଇଥିଲା। ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ନରେନ୍ଦ୍ର କୁମାର ସାହୁ, ଏମ୍‍ଏସ୍‍ଏମଇର ସହକାରୀ ନିର୍ଦ୍ଦେଶକ ଅଭିମନ୍ୟୁ ମୋଦି, ସିଆରପିଏଫ୍‍ ଅଧିକାରୀ ବେଣୁଧର ସାହୁ, ସହକାରୀ ପ୍ରାଧ୍ୟାପକ ସୁଧାକର ଦାଶ, ସହକାରୀ ପ୍ରଫେସର ଅନୁପମା ଦାଶ ଅତିିଥି ଭାବେ ଯୋଗ ଦେଇଥିବା ବେଳେ ନେହେରୁ ଯୁବ କେନ୍ଦ୍ର ଜିଲା ଯୁବ ଅଧିକାରୀ ସୁଶ୍ରୀ ବସୁନ୍ଧରା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରୁନା ନାୟକ, ତରୁଲତା ନାୟକ, ଧରିତ୍ରୀ ପୋଥାଳ, ସାଇ ବାବୁଲି ସେଠୀ ପ୍ରମୁଖଙ୍କ ନେତୃତ୍ୱରେ ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories