www.samajalive.in
Sunday, December 14, 2025
26.1 C
Bhubaneswar

ପାଇପ୍ ପାଇଁ ଉପୁଡିଲା ଗଛ

ହରଭଙ୍ଗା : ବନମହୋତ୍ସବ ସପ୍ତାହ ପାଳନ ଅବସରରେ ପ୍ରତ୍ୟେକ ବର୍ଷ ଚାରାରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।ବନୀକରଣ ଉପରେ ଗୁରୁତ୍ୱ ଦିଆଯାଇ ଜଙ୍ଗଲ ସମ୍ପଦ ସୁରକ୍ଷା ଦିଗରେ ସରକାର ଅଧିକ ଗୁରୁତ୍ୱାରୋପ କରୁଛନ୍ତି । ମାତ୍ର ହରଭଙ୍ଗାଠାରେ ନିର୍ମାଣଧିନଥିବା ବୃହତ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତଥିବା ଏକ ଅଣଓଡିଆ ଠିକାସଂସ୍ଥା ଲୁହା ପାଇପ୍ ପୋତିବା ନାଁରେ ବାରମ୍ବାର ଗଛ ଉପାଡି ବନୀକରଣ ଉପରେ କ୍ଷତି ପହଞ୍ଚାଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ଚିତ୍ର ହରଭଙ୍ଗା–ସୁରୁଣ୍ଡି ଜଗନ୍ନାଥ ସଡକ ପାର୍ଶ୍ବରେ ଦେଖିବାକୁ ମିଳିଛି । ଏ ଦିଗରେ ବନବିଭାଗ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି । ସୂଚନା ଥାଉ କି ଗତ ୦୮ତାରିଖ ମଧ୍ୟ ହରଭଙ୍ଗା-ଛତ୍ରଙ୍ଗ ପୂର୍ତ୍ତ ରାସ୍ତାର ବୁକେଶିଙ୍ଗା ବସଷ୍ଟପ ସମ୍ମୁଖରେ ଲୁହା ପାଇପ୍ ପୋତିବା ସମୟରେ ଏକ ଶାଗୁଆନ ଗଛ ଉପୁଡିପଡିଥିବା ନଜରକୁ ଆସିଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories