www.samajalive.in
Tuesday, December 9, 2025
23.1 C
Bhubaneswar

ପୁରୁଷ ହକି ମାନ୍ୟତା : ୨ ବର୍ଷ ପରେ ୩ୟ ସ୍ଥାନକୁ ଉଠିଲା ଭାରତ

ନୂଆଦିଲ୍ଲୀ  : ଭାରତୀୟ ପୁରୁଷ ହକି ଦଳ ଚେନ୍ନଇରେ ଆୟୋଜିତ ଏସିଆନ ଚମ୍ପିଆନ୍‌ସ ଟ୍ରଫି ହକି ପ୍ରତିଯୋଗିତାର ସପ୍ତମ ସଂସ୍କରଣରେ ଚମ୍ପିଆନ ହୋଇଛି। ଭାରତ ୪ର୍ଥ ଥର ପାଇଁ ଏସିଆନ ଚମ୍ପିଆନ୍‌ସ ଟ୍ରଫି ଜିତିଛି। ସବୁଠାରୁ ବଡ କଥା ହେଉଛି ଭାରତ ପ୍ରତିଯୋଗିତାରେ ଅପରାଜୟ ସହ ଚମ୍ପିଆନ ହୋଇଛି। ଭାରତୀୟ ଦଳର ଏହି ସଫଳତା ପରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ମାନ୍ୟତାରେ ଉନ୍ନତି ହୋଇଛି। ଭାରତ ୨୭୭୧.୩୫ ପଏଣ୍ଟ ସହ ମାନ୍ୟତାର ୩ୟ ସ୍ଥାନରେ ପହଞ୍ଚିଛି। ଇଂଲଣ୍ଡ୨୭୬୩.୦୦ ପଏଣ୍ଟକୁ ପଛରେ ପକାଇ ଭାରତ ୩ୟ ସ୍ଥାନକୁ ଉଠିଛି। ସେହିପରି ନେଦରଲାଣ୍ଡ୍‌ସ ୩୦୯୫.୯୦ ପଏଣ୍ଟ ସହ ଶୀର୍ଷ ଓ ବେଲଜିୟମ ୨୯୧୭.୮୭ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି। ଭାରତ ଦୁଇ ବର୍ଷ ପରେ ପୁନର୍ବାର ଏଫ୍‌ଆଇଏଚ୍‌ ମାନ୍ୟତାର ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତ ଶେଷ ଥର ପାଇଁ ୨୦୨୧ ଟୋକିଓ ଅଲିମ୍ପିକ୍‌ସରେ କାଂସ୍ୟ ପଦକ ଜିତିବା ପ​‌େ​‌ର ମାନ୍ୟତାର ୩ୟ ସ୍ଥାନକୁ ଉନ୍ନୀତ ହୋଇଥିଲା। ଆଗକୁ ଏସୀୟ କ୍ରୀଡ଼ା ରହିଥିବାରୁ ଭାରତୀୟ ହକି ଦଳ ପାଇଁ ଉକ୍ତ ମାନ୍ୟତା ବଜାୟ ରଖିବା ଆଶା କରାଯାଉଛି। କାରଣ ଏସିଆନ ଚମ୍ପିଆନ୍‌ସ ଟ୍ରଫିରେ ଅଂଶଗ୍ରହଣକାରୀ ଦଳ ମଧ୍ୟ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ସେହିପରି ଭାରତ ନିକଟରୁ ଫାଇନାଲରେ ପରାଜିତ ହୋଇ ଏସିଆନ ଚମ୍ପିଆନ୍‌ସ ଟ୍ରଫିରେ ରନର୍ସଅପ ହୋଇଥିବା ମାଲେସିଆ ମାନ୍ୟତାର ୯ମ ସ୍ଥାନରେ ରହିଛି।ଅନ୍ୟ ଏସୀୟ ଦଳ ଗୁଡ଼ିକ ମଧ୍ୟ​‌େ​‌ର ଦକ୍ଷିଣ କୋରିଆ ୧୧ତମ,ପାକିସ୍ତାନ ୧୬,ଜାପାନ ୧୮ ଓ ଚୀନ୍‌ ୨୮ତମ ସ୍ଥାନରେ ରହିଛନ୍ତି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories