www.samajalive.in
Sunday, December 14, 2025
23.1 C
Bhubaneswar

ଭିରୁଡ଼ା ଓ ଅଚଳକୋଟକୁ ୯୦ ଲକ୍ଷ ଟଙ୍କା ବ୍ୟୟରେ ୧୧କେଭି ବିଦ୍ୟୁତ ଫିଡ଼ର ଲୋକାର୍ପିତ

ତିଗିରିଆ :  ବହୁଦିନର ବିଦ୍ୟୁତ ସମସ୍ୟାକୁ ଉପଲବ୍ଧି କରି ନବେ ଲକ୍ଷ ଟଙ୍କା ବ୍ୟୟରେ ୧୧ କେଭି ବିଶିଷ୍ଟ ଏକ ନୂତନ ବିଦ୍ୟୁତ ଫିଡ଼ରକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରବିବାର ଲୋକାର୍ପିତ କରିଛନ୍ତି। ଏହି ୧୧କେଭି ବିଦ୍ୟୁତ ଫିଡ଼ର ପ୍ରତିଷ୍ଠା  ହେବାଦ୍ଵାରା ତିଗିରିଆ ପାର୍ଶ୍ଵରୁ ବିଦ୍ୟୁତ ସଂଯୋଗ ହେବ। ଏହାଦ୍ୱରା ଅଚଳକୋଟ ଓ ଭିରୁଡ଼ା ପଞ୍ଚାୟତ ଜନସାଧାରଣ ଉପକୃତ ହେବେ। ଏହି ସମସ୍ୟାକୁ ନେଇ ଅଞ୍ଚଳବାସୀଙ୍କର ବହୁଦିନରୁ ଦାବି ରହିଥିଲା। ଏହି ଦୁଇଟି ପଞ୍ଚାୟତର ଜନସାଧାରଣ  ଆଠଗଡ ଓ ତିଗିରିଆରୁ ବିଦ୍ୟୁତ ସଂଯୋଗ ପାଇବା ଦ୍ଵାରା  ଲୋ-ଭୋଲଟେଜ ସମସ୍ୟା ଆଉ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଥିଲେ।
ଏହି ଉତ୍ସବରେ ତିଗିରିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା, ସନ୍ଧ୍ୟାରାଣୀ ନାୟକ,  ଜ଼ିଲ୍ଲାପରିଷଦ  ସଭ୍ୟ  ସଞ୍ଜୟ ମଲ୍ଲିକ,   ଓପିଟିସିଏଲ  ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ, ଭିରୁଡା ସରପଞ୍ଚ ବେଣୁଧର ସାହୁ, ସମିତି ସଭ୍ୟ  ଧନେଶ୍ୱର ରଣା, ଅଚଳକୋଟ ସରପଞ୍ଚ ରୋଜାଲିନି ବଳିୟାର ସିଂ, ସମିତି ସଭ୍ୟା ଝିପି ସାହୁ,  ପ୍ରଭାକର ବେହେରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୌରହରି ପରିଡା, ଭ୍ରମରବର ସାହୁ,  ଦୀପକ ସାହୁ, ବଣ୍ଟି ମଲିକ, ସୁବାସ ଧଳ,  ବିରଞ୍ଚି ସ୍ୱାଇଁ, ଅଚ୍ୟୁତ ଜେନା ଏବଂ ଅଚଳକୋଟ ଓ ଭିରୁଡ଼ାର ମିଶନ ଶକ୍ତିର ନାରୀ ନେତ୍ରୀ ସୁନିତା ସାହୁ, ବାସନ୍ତୀ କାଠ, ରିତା ପରିଡା, ପ୍ରିୟ ଦର୍ଶିନୀ ପରିଡା, ରଶ୍ମିତା ମହାଳିକଙ୍କ ସମେତ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories