www.samajalive.in
Sunday, December 14, 2025
26.1 C
Bhubaneswar

ପତ୍ନୀଙ୍କୁ ହତ୍ୟା କରି ଅଦାଲତକୁ ଜଣାଇଲେ ବିଚାରପତି

କାଲିଫର୍ଣ୍ଣିଆ: ନିଶାସକ୍ତ ଅବସ୍ଥାରେ ପତ୍ନୀଙ୍କୁ ହତ୍ୟା କରିବା ପରେ ଜଣେ ବିଚାରପତି ନିଜ ଅଦାଲତର କର୍ମଚାରୀଙ୍କୁ ମୋବାଇଲରେ ଏ ସଂକ୍ରାନ୍ତ ବାର୍ତ୍ତା ପଠାଇବା ସହ ହତ୍ୟାକାଣ୍ଡ ଘଟାଇଥିବାରୁ ପରଦିନ କାର୍ଯ୍ୟରେ ଯୋଗ ଦେବେ ନାହିଁ, ଜେଲ୍‌କୁ ଯିବେ ବୋଲି ଜଣାଇବା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ସୂଚନାନୁଯାୟୀ, ଗତ ୩ ତାରିଖ ରାତିରେ ଦକ୍ଷିଣ କାଲିଫର୍ଣ୍ଣିଆ ଅନ୍ତର୍ଗତ ଅରେଞ୍ଜ କାଉଣ୍ଟି ଅଦାଲତର ୭୨ବର୍ଷୀୟ ବିଚାରପତି ଜେଫ୍ରି ଫର୍ଗୁସନ୍‌ ଆନାହେମ୍‌ସ୍ଥିତ ଘରେ ମଦ ନିଶାରେ ସାମାନ୍ୟ ଝଗଡ଼ାକୁ ନେଇ ୬୫ ବର୍ଷୀୟ ପତ୍ନୀ ସେରିଲ୍‌ଙ୍କୁ ଗୁଳି ଚଳାଇ ହତ୍ୟା କରିଥିଲେ। ଏହା ପୂର୍ବରୁ ପତ୍ନୀ ତାଙ୍କୁ ମିଛରେ ନୁହେଁ; ଚାହୁଁଛ ତ’ ସତରେ ଗୁଳି ଚଳାଅ ବୋଲି ଆହ୍ବାନ ଦେଇଥିଲେ। ହତ୍ୟା ସମ୍ପର୍କରେ ନିଜ ସହକର୍ମୀଙ୍କୁ ଜଣାଇବା ସହ ଆଇନାନୁସାରେ ଜେଲ୍‌ ଯିବେ ଏବଂ ଏଥିପାଇଁ ସେ ଅତ୍ୟନ୍ତ ଦୁଃଖିତ ବୋଲି ଜଣାଇଥିଲେ। ଏଥିସହ ସେ ପୁଲିସକୁ ଫୋନ୍‌ କରିଥିଲେ। ତାଙ୍କ ପୁଅ ମଧ୍ୟ ପୁଲିସକୁ ବିସ୍ତୃତ ଅବଗତ କରିଥିଲେ। ସ୍ବାଭାବିକ ସ୍ଥିତିକୁ ଫେରିବା ପରେ ସେ ଏପରି ଘଟଣାକୁ ବିଶ୍ବାସ କରିପାରୁ ନଥିବା ପୁଲିସ ଆଗରେ କହିଥିଲେ। ପୁଲିସ ତାଙ୍କ ଘରୁ ୪୭ଟି ମାରଣାସ୍ତ୍ର ଓ ୨୬ହଜାର ରାଉଣ୍ଡ ଗୁଳି ଜବତ କରିଛି। ଏହାକୁ ଏକ ଦୁର୍ଘଟଣା ବୋଲି ତାଙ୍କ ଓକିଲ ଯୁକ୍ତି ଦର୍ଶାଇବାରୁ ଗିରଫର ପର ଦିନ ଫର୍ଗୁସନ୍‌ଙ୍କୁ ୧୦ଲକ୍ଷ ଡଲାର ଜିମାରେ ଜାମିନ ମିଳିଛି। ଫର୍ଗୁସନ୍‌ ୧୯୯୬ରେ ସେରିଲଙ୍କୁ ବିବାହ କରିଥିଲେ। ୨୦୧୫ରୁ ସେ ବିଚାରପତି ଅଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories