www.samajalive.in
Thursday, December 11, 2025
16.1 C
Bhubaneswar

ସିବିଆଇ ବାରଣ ପ୍ରସଙ୍ଗ : ଚନ୍ଦ୍ରବାବୁ ଓ ମମତାଙ୍କ ଉପରେ ବର୍ଷିଲେ ଜେଟ୍‍ଲୀ

ଭୋପାଳ : ନିଜ ରାଜ୍ୟରେ ତଦନ୍ତ ପାଇଁ ସିବିଆଇକୁ ବାରଣ କରିଥିବା ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ୍‍ ଜେଟ୍‍ଲୀ । ଦୁର୍ନୀତି ପ୍ରସଙ୍ଗରେ କୌଣସି ରାଜ୍ୟର କିଛି ସାର୍ବଭୌମ ଅଧିକାର ନାହିଁ ବୋଲି ସେ କହିଛନ୍ତି। ଏହି ଦୁଇ ରାଜ୍ୟ ପକ୍ଷରୁ ସିବିଆଇକୁ ବାରଣ କରାଯିବା ନିଷ୍ପତ୍ତିକୁ ଶ୍ରୀ ଜେଟ୍‍ଲୀ କଟୁ ସମାଲୋଚନା କରିଛନ୍ତି। ଭୋପାଳ ଠାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି, ଯେଉଁମାନଙ୍କର ଅନେକ କିଛି କଥା ଓ ତଥ୍ୟ ଲୁଚାଇବାର ଅଛି, ସେହିମାନେ ହିଁ ସେମାନଙ୍କ ରାଜ୍ୟରେ ସିବିଆଇର ପ୍ରବେଶକୁ ବାରଣ କରିବାକୁ ଚାହିଁବେ।
ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ସରକାର ଏନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାର କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। କେବଳ ଭୟରେ ଏପରି କରାଯାଇଥିବା ଅନୁମାନ କରାଯାଉଛି। ସେହିପରି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଏ ସମ୍ପର୍କରେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହାଦ୍ୱାରା ସାରଦା ଚିଟ୍‍ଫଣ୍ଡ୍‍ ଦୁର୍ନୀତିରେ ଲିପ୍ତ ଦଳୀୟ କର୍ମୀଙ୍କୁ ସିବିଆଇ ତଦନ୍ତରୁ ରକ୍ଷା କରାଯାଇପାରିବେ ନାହିଁ। କେନ୍ଦ୍ର ସରକାର ଏବଂ ଦେଶରେ ଥିବା ବିଭିନ୍ନ ପ୍ରତିଷ୍ଠାନରେ ଦୁର୍ନୀତିର ତଦନ୍ତପାଇଁ ସିବିଆଇ ଗଠିତ ହୋଇଛି। କୌଣସି ରାଜ୍ୟ ଯଦି ନିଜ ଅଞ୍ଚଳରେ ସିବିଆଇ ପ୍ରବେଶକୁ ବାରଣ କରେ, ତେବେ ଏହା କେବଳ ଦେଶର ସଂଘୀୟ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବ ବୋଲି ସେ କହିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories