www.samajalive.in
Saturday, December 13, 2025
26.1 C
Bhubaneswar

ତାଜମହଲରେ ଆଳତି କରିବାକୁ ଧମକ ଦେଲା ଦକ୍ଷିଣପନ୍ଥୀ ସଂଗଠନ

ଆଗ୍ରା :  ବିଶ୍ୱପ୍ରସିଦ୍ଧ ତାଜମହଲରେ ପୂଜା କରିବା ପାଇଁ ଦକ୍ଷିଣପନ୍ଥୀ ସଂଗଠନ ଧମକ ଦେଇଛି। କିଛି ମୁସଲମାନ ଶୁକ୍ରବାର ବ୍ୟତୀତ ଅନ୍ୟ ଦିନ ମଧ୍ୟ  ଏଠାରେ ନମାଜ ପାଠ କରୁଥିବା ଏହି ସଂଗଠନ ଅଭିଯୋଗ କରିଛି। ଏହା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍‍ଆଇ)ର ନିୟମ ଉଲଙ୍ଘନ କରୁଥିବା କୁହାଯାଇଛି। ସିଆଇଏସଏଫ୍‍ର ଜଣେ କମାଣ୍ଡାଣ୍ଟଙ୍କ କହିବା ଅନୁସାରେ ବୁଧବାର ନମାଜ ପାଠ କରିଥିବା କଥିତ ଅଭିଯୋଗର ତଦନ୍ତ ଚାଲିଛି। ଏହି ଘଟଣାକୁ କେନ୍ଦ୍ର କରି  ବଜରଙ୍ଗ ଦଳର ବରିଷ୍ଠ କର୍ମକର୍ତ୍ତା ଗୋବିନ୍ଦ ପାରାଶରଙ୍କ କହିଛନ୍ତି ଅନୁସାରେ ଉଚ୍ଚତମ ନ୍ୟାୟାଳୟଙ୍କ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କୁ ଦଣ୍ଡ ମିଳିବା ଦରକାର ନ ହେଲେ ଆମକୁ ଆଳତୀ କରିବାର ସୁଯୋଗ ଦିଆଯାଉ। ଏଏସଆଇ ସବୁ ସମୟରେ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ପାଳନ କରୁଥିବା ବରିଷ୍ଠ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଶନିବାର ତାଜମହଲରେ କିଛି ମହିଳା ହାତରେ ଗଙ୍ଗାଜଳ ଧରି ମନ୍ତ୍ରୋଚାରଣ କରୁଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ତାଜମହଲ ସରଂକ୍ଷଣ ସହାୟକ ଅଙ୍କିତ ମହାଦେବ କହିଛନ୍ତି ଭିଡିଓର ତଦନ୍ତ ଚାଲିଛି ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories