www.samajalive.in
Saturday, December 13, 2025
26.1 C
Bhubaneswar

କାଲିଫର୍ଣ୍ଣିଆ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୭୬କୁ ବୃଦ୍ଧି,୧୩୦୦ ନିଖୋଜ

ୱାଶିଂଟନ : ଆମେରିକାର ଉତ୍ତର କାଲିଫର୍ଣ୍ଣିଆରେ ଜଙ୍ଗଲରେ ଲାଗିଥିବା ନିଆଁରେ ମୃତ୍ୟୁ ସଂଖ୍ୟା ୭୬ କୁ ବୃଦ୍ଧି ପାଇଛି। ଏହି ବିପର୍ଯ୍ୟୟ ଯୋଗୁ ପ୍ରାୟ ୧୩ ଶହ ଲୋକଙ୍କର ପତ୍ତା ମିଳୁ ନାହିଁ। ଆମେରିକାରେ ଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ବିପତ୍ତି ବୋଲି କୁହାଯାଉଛି। ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ୍‍ କାର୍ଲିଫର୍ଣ୍ଣିଆର ବନାଗ୍ନି ବିଧ୍ୱସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି। ସେଠାକାର ପରିସ୍ଥିତି ଅତି ଦୁଃଖଦ ବୋଲି ବର୍ଣ୍ଣନା କରି ଏହି ବିପତ୍ତିର ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଟ୍ରମ୍ପ୍‍ କହିଛନ୍ତି । ଚଳିତ ବର୍ଷ ୮ ତାରିଖରେ ପ୍ରଥମେ ଏହି ନିଅାଁ ଲାଗିଥିଲା ଏବଂ ଜଙ୍ଗଲ ଏବଂ ଆଖପାଖ ଅଞ୍ଚଳରେ ପ୍ରାୟ ୧୦ ହଜାର ଘର ଜଳିଯାଇଛି। ପ୍ରାୟ ୬୦୦ ବର୍ଗ କିଲୋମିଟର ଅଞ୍ଚଳକୁ ନିଅାଁ ବ୍ୟାପିଛି। କର୍ତ୍ତୃପକ୍ଷ ନିଆଁକୁ ଆୟତ୍ତ କରିବାପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ଫଳରେ ନିଅାଁକୁ ୫୫ ଶତାଂଶ ନିୟନ୍ତ୍ରଣ କରାଯାଇଛି। ଦକ୍ଷିଣ କାର୍ଲିଫର୍ଣ୍ଣିଆର କେତେକ ଅଞ୍ଚଳକୁ ମଧ୍ୟ ନିଅାଁ ବ୍ୟାପିଛି ଏବଂ ସେଠାରେ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଟ୍ରମ୍ପ୍‍ ମଧ୍ୟ ସେହି ଅଞ୍ଚଳ ବୁଲି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories