www.samajalive.in
Saturday, December 13, 2025
26.1 C
Bhubaneswar

ନିଖିଳ ଉତ୍କଳ ଖଡୁରା ସମାଜର କର୍ମକର୍ତ୍ତା ଚୟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଡ୍ରିମଲାଣ୍ଡ ଠାରେ ଜାତି ଭାଇଙ୍କ ଉପସ୍ଥିତରେ ନିଖିଳ ଉତ୍କଳ ଖଡୁରା ସମାଜର ରାଜ୍ୟ କାର୍ୟ୍ୟକାରୀ କମିଟିର ସଦସ୍ୟ ସୁବାଷ ଚନ୍ଦ୍ର ମହାପାତ୍ରଙ୍କ ପରାମର୍ଶରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୂର୍ବତନ କମିଟିକୁ ଭଙ୍ଗ କରି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ନୂତନ ସଭାପତି ଭାବେ ବରିଷ୍ଠ ବ୍ୟବସାୟୀ ଅର୍ଜୁନ ସେନାପତିଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ଯୁବ ବ୍ୟବସାୟୀ ଉମାଶଙ୍କର ମହାପାତ୍ରଙ୍କୁ ସମ୍ପାଦକ, ରମେଶ ଚନ୍ଦ୍ର ସେନାପତି ଓ ପ୍ରଦୀପ ନାୟକଙ୍କୁ ଉପସଭାପତି, ଦିବାକର ନାୟକ ଓ ସଂଜୀବ କୁମାର ନାୟକଙ୍କୁ ସହ ସମ୍ପାଦକ, ରବିନ୍ଦ୍ର କୁମାର ସୁବୁଦ୍ଧିଙ୍କୁ କୋଷାଧ୍ୟକ୍ଷ ଏବଂ ଆଇନଜୀବୀ କୃଷ୍ଣ ଚନ୍ଦ୍ର ସେନାପତିଙ୍କୁ ଆଇନ ଉପଦେଷ୍ଟା ଭାବେ ଚୟନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ କବରିଷ୍ଠ ଉପଦେଷ୍ଟା ଭାବେ ଭିମ ରାଜ ନାୟକ, ପ୍ରଫୁଲ୍ଲ ନାୟକ, କୃଷ୍ଣ ଚନ୍ଦ୍ର ନାୟକ, ସୁବାଷ ଚନ୍ଦ୍ର ମହାପାତ୍ର, ପ୍ରକାଶ ଚନ୍ଦ୍ର ସେନାପତି ଓ ସେହିପରି କାଯ୍ୟକାରୀ ସଦସ୍ୟ ଭାବେ ଭିକାରୀ ନାୟକ ଗଣପତି ସାହୁ, ଶଙ୍କର ନାୟକ, ଟୁନା ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଦଣ୍ଡ ପାଣି ନାୟକ, ମିଟୁ ନାୟକ, ଭଗବାନ ନାୟକ, ଦିବ୍ୟ ସଂକର ନାୟକ, ସଙ୍କର୍ଷଣ ସୁବୁଦ୍ଧି, ଅନିଲ କୁମାର ନାୟକଙ୍କୁ ମନୋନୀତ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories