www.samajalive.in
Thursday, December 11, 2025
23.1 C
Bhubaneswar

ବର୍ଷା ଉଭାନ୍‌‌, ଧିମେଇ ଗଲାଣି ଚାଷ

ହରଭଙ୍ଗା: ହରଭଙ୍ଗା ବ୍ଲକରେ ୮ ଦିନ ହେଲା ବର୍ଷାର ଦେଖା ନାହିଁ। ବର୍ଷା ଅଭାବ ଯୋଗୁଁ ବ୍ଲକରେ ଧାନରୁଆ କାର୍ଯ୍ୟ ଧିମେଇ ଯାଇଛି। ପ୍ରକାଶ ଯେ ଗତ ୧ ତାରିଖରୁ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବ୍ଲକରେ ଚାଷକାମ ଜୋରସୋରରେ ଆଗେଇଥିଲା। ବର୍ତମାନ ବର୍ଷାର ଉଭାନ ଫଳରେ ବ୍ଲକର ହରଭଙ୍ଗା, କୁଶଙ୍ଗ, ମହାଲିକପଡ଼ା, ଛତ୍ରଙ୍ଗ, କଂରଜକଟା, ସଙ୍କୁଲେଇ ଭଳି ପଂଚାୟତରେ ଧାନଚାଷ ଧିମେଇ ଯାଇଛି। ଚଳିତ ମାସ ୧୧ତାରିଖ ସୁଦ୍ଧା ବ୍ଲକରେ ମାତ୍ର ୪୫ ପ୍ରତିଶ୍ରତ ଧାନଚାଷ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଭଲ ବର୍ଷା ନହେଲେ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି। ବର୍ଷା ଅଭାବକୁ ଦୃଷ୍ଟିରେ ରଖି ଧାନଚାଷ ଜମିରେ ଡାଲି ଜାତୀୟ ଫସଲ, ମୁଗ, ବିରି, ହରଡ, ତୈଳ ଜାତୀୟ ଫସଲ ରାଶି, ବାଦାମ ଏବଂ ତୁଳା, ମାଣ୍ଡିଆ, ମକା, ପନିପରିବା, ଲଙ୍କା, ଅଦା, ହଳଦୀ ଆଦି ଚାଷ କରିବା ପାଇଁ ସରକାର ସବସିଡିର ବ୍ୟବସ୍ଥା କରିଛନ୍ତି। ପ୍ରଥମ ବର୍ଷ ଡାଲିଜାତୀୟ ଚାଷ ପାଇଁ ହେକ୍ଟରକୁ ୧୦ହଜାର ଟଙ୍କା, ରାଶି ପାଇଁ ୩୫ଶହ ଟଙ୍କା, ବାଦାମ ପାଇଁ ୧୧ହଜାର ଟଙ୍କା, ତୁଳା, ହରଡ ପାଇଁ ୯ ହଜାର ଟଙ୍କା, ମାଣ୍ଡିଆ ପାଇଁ ୬ ହଜାର ୫ ଶହ ଟଙ୍କା, ମକା ପାଇଁ ୬ ହଜାର ୫ ଶହ ଟଙ୍କା ଏବଂ ପନିପରିବା, ଲଙ୍କା, ଅଦା, ହଳଦୀ ଚାଷ ପାଇଁ ହେକ୍ଟର ପିଛା ୨୨ ହଜାର ଟଙ୍କା ସବସିଡି ଆକାରରେ ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ବ୍ଲକ ଗୋଷ୍ଠି କୃଷି ଅଧିକାରୀ କାର୍ଯ୍ୟାଳୟରେ ଯୋଗାଯୋଗ କରି ଚାଷୀମାନେ ଏହାର ସୁବିଧା ନେବାକୁ କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories